କୋଭିଡ ଛଡାଇ ନେଇଛି ହସ ଖୁସି : ହାତରେ ହାତ ବାନ୍ଧି ବସିଛନ୍ତି ପଥର କାରିଗର, ବୁଡିବାକୁ ବସିଛି କୌଳିକ ବୃତ୍ତି

Published By : Prameya-News7 Bureau | June 08, 2021 IST

ନୀଳଗିରି,୮/୬: କୋଭିଡ କଟକଣା ପାଇଁ ଏବେ ସଂକଟରେ ପଥର କାରିଗରଙ୍କ ପରିବାର । ଦିନଥିଲା ରୋଜଗାରକ୍ଷମ ହୋଇ ପରିବାର ଲୋକେ ହସ ଖୁସିର ସଂସାର କରୁଥିଲେ।ହେଲେ ଏବେ ପେଟକୁ ଦାନା ଯୋଗାଇବା ପାଇଁ ସଂଘର୍ଷ କରିବାକୁ ପଡୁଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବଉଳଗଡ଼ିଆ ସମେତ ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଛି ।

wp:gallery {"ids":[463025],"linkTo":"none"} /wp:gallery

ବାଲେଶ୍ଵର ଜିଲ୍ଲା ନୀଳଗିରି ବଉଳଗଡିଆ ପଥର ଶିଳ୍ପ ପାଇଁ ସାରା ଭାରତ ବର୍ଷରେ ପ୍ରସିଦ୍ଧ । ଏହିଠାରୁ ବିଭିନ୍ନ ପ୍ରକାରର ପଥର ବାସନ ତିଆରି ହୋଇ ବାହାରକୁ ରପ୍ତାନି ହୋଇଥାଏ ।କଳାମୁଗୁନି ପଥର ନିର୍ମିତ ବାସନର ଚାହିଦା ବାହାର ବଜାରରେ ବହୁ ଅଧିକ ମଧ୍ୟ ରହିଛି । ହଜାର ହଜାର ପରିବାର ପଥର ଶିଳ୍ପ ଉପରେ ନିଜର ଗୁଜରାଣ ମେଣ୍ଟାଇଥାନ୍ତି । ଏପରିକି ବହୁ କାରିଗର ମଧ୍ୟ ବଉଳଗଡ଼ିଆ, ଈଶ୍ୱରପୁର,ସନ୍ତରାଗଡ଼ିଆ ଅଞ୍ଚଳରୁ ବାହାର ରାଜ୍ୟରେ ରହି କାର୍ଯ୍ୟ କରନ୍ତି ।

wp:gallery {"ids":[463026],"linkTo":"none"} /wp:gallery

ହେଲେ ଆଜକୁ ବର୍ଷେ ଧରି ଏମାନଙ୍କ ଦୁର୍ଦ୍ଦଶା କହିଲେ ନସରେ । କୋଭିଡ ପାଇଁ ପଥର ବାସନ ବିକ୍ରି ବନ୍ଦ ହୋଇଯାଇଥିବାରୁ ଏମାନଙ୍କ ଆର୍ଥିକ ମାନଦଣ୍ଡ ଦୋହଲାଇ ଦେଇଛି । ବଜାର ବନ୍ଦ ସାଙ୍ଗକୁ ବିବାହ ବ୍ରତ ବନ୍ଦ ଥିବାରୁ ବହୁ ବାସନ ବିକ୍ରି ନହୋଇ ପଡିରହିଛି । ପଥର ମୂର୍ତ୍ତି କାରିଗରଙ୍କର ସେହି ସମାନ ଅବସ୍ଥା । ପଥର ଶିଳ୍ପ ବ୍ୟବସାୟୀ ସମେତ କାରିଗର ମାନେ ପରିବାର ଚଳାଇବା କାଠିକର ପାଠ ହୋଇପଡିଛି । ଦୋକାନକୁ ଗ୍ରାହକ ଆସିବା ମଧ୍ୟ ବନ୍ଦ କରିଦେଇଥିବାରୁ ଲକ୍ଷାଧିକ ଟଙ୍କାର ବାସନ କୁସନ ପଡିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.