Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘୋଷଯାତ୍ରାରେ ଖାଁ ଖାଁ ଲାଗୁଛି ଭଟଲି ବଡ଼ଦାଣ୍ଡ, ଭାବ ବିନୋଦିଆଙ୍କ ଦର୍ଶନ ନପାଇ ଭକ୍ତ ନିରାଶ

12/07/2021 at 11:29 AM

ଭଟଲି ୧୨/୭ : ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ବରଗଡ଼ ଜିଲ୍ଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ । ଚଳିତ ବର୍ଷ ମଧ୍ୟ ସରକାରୀ କଟକଣା ଯୋଗୁଁ ଘୋଷଯାତ୍ରା ବନ୍ଦ ରହିଛି । ଫଳରେ ଭକ୍ତମହଲରେ ନିରାଶା ଭାବ ଖେଳିଯାଇଛି । ଏପରିକି ଶ୍ରୀ ମନ୍ଦିର ଭିତରକୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଆଜିର ଦିନରେ ମହାପ୍ରଭୁ ଭକ୍ତଙ୍କ ଗହଣକୁ ଆସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମାତ୍ର ଏଭଳି ଦିନରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନ ପାଇ ନିରାଶ ହୋଇ ମନ୍ଦିର ସମ୍ମୁଖରୁ ଘରକୁ ଫେରୁଛନ୍ତି ।

ମହାପ୍ରଭୁଙ୍କ ଶ୍ରୀ ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍ କରାଯାଇଛି । ଭଟଲି ପୋଲିସ ପକ୍ଷରୁ କଡ଼ା କଟକଣା କରାଯାଇଛି । ସୂଚନାଯୋଗ୍ୟ ଯେ, ଆଜି ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ସମସ୍ତ ନୀତି ସମାପନ ପରେ ପହଣ୍ଡି ବେଶ କରାଯାଇଥିଲା । ଏହାପରେ ଶ୍ରୀ ମନ୍ଦିର ଭିତରେ କୋଭିଡ ନିୟମ ଅନୁସାରେ ମହାପ୍ରଭୁଙ୍କ ସମସ୍ତ ରଥଯାତ୍ରା ନୀତି ବିନା ଭକ୍ତରେ ଅନୁଷ୍ଠିତ ହେବବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

   Related Posts