ସାନଖେମୁଣ୍ଡି୨୫/୬: କରୋନା ଭୟରେ ହସ୍ପିଟାଲରୁ ଛାଡ଼ି ଫେରାର ହୋଇଗଲେ ୨ ଜଣ ଡାକ୍ତର। କରୋନା ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ଜିଲ୍ଲାଶୀର୍ଷରେ ରହିଛି। ଏହି ସମୟରେ ଲୋକମାନଙ୍କୁ ସ୍ବାସ୍ଥ୍ୟାବସ୍ଥା ବୁଝିବେ କଣ, ଖୋଦ୍ ଡାକ୍ତର ଖୋଦ୍ ନିଜେ କୁଆଡ଼େ ଫେରାର ହୋଇଯାଇଛନ୍ତି। ସାନଖେମୁଣ୍ଡି ବ୍ଲକ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ ଜଣ କର୍ମଚାରୀ କରୋନା ପଜିଟିଭ୍ ବାହାରିଥିଲେ। ଏହା ପରେ ନୂଆ କରି ହସ୍ପିଟାଲରେ ଯୋଗ ଦେଇଥିବା ୨ ଡାକ୍ତର ପୁନମ ଦାସ ଏବଂ ପ୍ରିତମ ମହାପାତ୍ର ଦୀର୍ଘ ୨୫ ଦିନ ହେବା କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି।
{"id":291539,"width":584,"height":786,"sizeSlug":"large"}ତେବେ ହସ୍ପିଟାଲର ଡାକ୍ତର, ଫାର୍ମାସିଷ୍ଟ୍ଠୁ ନେଇ ଅଟେଣ୍ଡାଡ଼, ନର୍ସ, ଅମ୍ଭୁଲାନ୍ସ ଡ୍ରାଇଭର, ପର୍ଯ୍ୟନ୍ତ ସମସ୍ତେ କରୋନା ଆକ୍ରାନ୍ତ ହୋଇଥିଲେ। କରୋନା ଭୟରେ ଦୁଇ ଡାକ୍ତର ଫେରାର ଅଛନ୍ତି । ତେବେ ଏ ନେଇ ମେଡିକାଲ ସୁପରିଟେଣ୍ଡେ ଯୋଗାଯୋଗ କରିବାରୁଏହି ୨ ଡାକ୍ତର ଆସିବେ ନାହିଁ ବୋଲି ମନା କରିଥିଲେ। ଏହି ଘଟଣା ସଂପର୍କରେ ମେଡିକାଲ ଇନ୍ଚାର୍ଜ ବାହାନ ଦାସ CDMOଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି।