ବିଘ୍ନରାଜଙ୍କ ପୂଜାରେ କଣ୍ଟା ହେଲା କରୋନା, ଫିକା ପଡିଲା ଭଦ୍ରକର ବୁଢା, ଟୋକା ଗଣେଶ ପୂଜା

Published By : Prameya-News7 Bureau | September 10, 2021 IST

ଭଦ୍ରକ ୧୦/୦୯ : ଗଣେଶଙ୍କ ପୂଜା ପାଇଁ କାରୋନା କଟକଣା ବାଧକ ହୋଇଛି । ଭଦ୍ରକ ଜିଲ୍ଲାରେ ପ୍ରଶାସନିକ କଟକଣା ମଧ୍ୟରେ ପାଳନ ହେଉଛି ଗଣେଶଙ୍କ ଆବାହାନ । ଭଦ୍ରକ ଐତିହାସିକ ବାବା ବୁଢା ଗଣେଶଙ୍କ ପୂଜା ମଧ୍ୟ କଟକଣାର ସହ ପାଳନ ହେଉଛି । ସେହିପରି ଟୋକା ଗଣେଶ ପିଲା ଗଣେଶ ଓ କାଞ୍ଚନ ଗଣେଶଙ୍କ ସହ ଅନ୍ୟ ସ୍ଥାୟୀ ମଣ୍ଡପ ରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ ।

wp:gallery {"ids":[509168],"linkTo":"none"} /wp:gallery

ମଣ୍ଡପର ୩ ପଟକୁ ଆବଦ୍ଧ କରାଯାଇଛି । ତେବେ କଟକଣା ପାଇଁ ମଣ୍ଡପ ନିକଟରେ ୭ଜଣରୁ ଅଧିକ ଲୋକଙ୍କ ଉପସ୍ଥିତି ଉପରେ କଟକଣା ଲାଗିଛି । ରୀତି ନୀତିରେ ପୂଜା ହେଉଥିଲେ ମଧ୍ୟ ପ୍ରସାଦ ସେବନ ଓ ସାଂସ୍କୃତି କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇଛି । କଳସ ସ୍ଥାପନ ପାଇଁ ମଧ୍ୟ ଶୋଭାଯାତ୍ରା ଓ ଜଣ ସମାଗମକୁ ରୋକାଯାଇଛି । ତେବେ ସ୍ଥାୟୀ ମଣ୍ଡପ ଗୁଡିକରେ ସୀମିତ ସଂଖ୍ୟକ କର୍ମକର୍ତ୍ତା ଓ ପୂଜକ ଉପସ୍ଥିତ ରହିବେ ।

ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ଭୋଗରାଗ ଉପରେ ମଧ୍ୟ କଟକଣା ରହିବ । ତେବେ ବିସର୍ଜନ ମଧ୍ୟ ନିରାଡମ୍ବର ରହିବ । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି । କୋଭିଡ ନିୟମ ଅବଲମ୍ବନ ପାଇଁ ସ୍ଵତନ୍ତ୍ର ଟିମ ମଧ୍ୟ ପାଟ୍ରୋଲିଂ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.