ଘାଟି ଗଡ଼ୁଥିବା ବେଳେ ସାଇକେଲ୍‌ର ହେଲା ବ୍ରେକ୍‌ ଫେଲ୍‌, ଚାଲିଗଲା ବଡ଼ ଭାଇର ଜୀବନ, ସାନ ଭାଇ ଆହତ

Published By : Prameya-News7 Bureau | December 01, 2021 IST

ଫୁଲବାଣୀ, ୦୧/୧୨: ସାନଭାଇକୁ ନେଇ ସାଇକଲରେ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଫୁଲବାଣୀର ପ୍ରଶାନ୍ତ ମହାପାତ୍ରଙ୍କ ଦୁଇ ପୁଅ ଓମ ପ୍ରକାଶ ଓ ସାଇପ୍ରକାଶ ସ୍ଥାନୀୟ ନାରାୟଣୀ ରୋଡ ଘାଟି ଗଡୁଥିବା ବେଳେ ସାଇକେଲର ବ୍ରେକ ଫେଲ୍ ହୋଇଯିବାରୁ ତଳେ ପଡି ଯାଇଥିଲେ । ବଡଭାଇ ଓମପ୍ରକାଶ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ସାନ ଭାଇ ସାଇ ପ୍ରକାଶ ମହାପାତ୍ର ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଓମ ପ୍ରକାଶ ଫୁଲବାଣୀ ଶିଶୁ ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଏହି ଘଟଣା ଫୁଲବାଣୀ ସହରରେ ଶୋକର ଛାୟା ଖେଳାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.