Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ମହିଳାଙ୍କ ସାହସ ଯୋଗୁଁ ଧରାପଡ଼ିଲା ଚେନ୍ ଲୁଟେରା…..

3/06/2019 at 8:23 PM

ଖୋର୍ଦ୍ଧା୩|୬: କଲେଜ୍‌ ଅଧ୍ୟକ୍ଷାଙ୍କ ସାହସ ଯୋଗୁଁ ଧରାପଡ଼ିଲା ଚେନ୍‌ ଲୁଟେରା । ଖୋର୍ଦ୍ଧା ବାଘମାରୀ ଅଂଚଳରେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ଲୋକେ ଲୁଟେରା ଜଣକୁ ଧରି ପୋଲିସ ଜିମା ଦେଇଥିଲେ । କ’ଣ ଥିଲା ପୂରା ଘଟଣା ଚାଲନ୍ତୁ ଦେଖିବା । ….

କଲେଜ୍‌ ଅଧ୍ୟକ୍ଷାଙ୍କ ସାହସ ଯୋଗୁଁ ଧରାପଡ଼ିଲା ଚେନ୍‌ ଲୁଟେରା  । ସମୟ ସକାଳ ୮ଟାରୁ ୯ଟା ଭିତରେ ହେବ । ଜଟଣୀରୁ ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ କଳାପଥର ଡଗ୍ରୀ କଲେଜ୍‌ ଅଧ୍ୟକ୍ଷା ବିନୋଦିନି ମହାପାତ୍ର । ସେମାନଙ୍କୁ ଏକ ବାଇକ୍‌ରେ ଫଲୋ କରୁଥିଲା ଜଣେ ଚେନ୍‌ ଲୁଟେରା । ଖୋର୍ଦ୍ଧା ବାଘମାରି-ସିମୋର ରାସ୍ତା ମଝିରେ ଏକ ନିଛାଟିଆ ସ୍ଥାନ ଦେଖି ଓଭରଟେକ୍‌ ଆଳରେ ଚେନ୍‌ ଲୁଟିବାକୁ ଉଦ୍ୟମ କରିଥିଲା । ଏହା ଦେଖି ବିନୋଦିନି ଲୁଟେରାକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଫଳରେ ଲୁଟେରା ଜଣକ ଭାରସାମ୍ୟ ହରାଇ ଗାଡ଼ିରୁ ପଡ଼ିଯାଇଥିଲା । କଲେଜ ଅଧ୍ୟକ୍ଷା ଓ ତାଙ୍କ ସ୍ବାମୀ ମଧ୍ୟ ପଡ଼ିଯାଇଥିଲେ । ତଥାପି ସାହସର ସହ ବିନୋଦିନି ଲୁଟେରା ଜଣକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଉଭୟଙ୍କ ଭିତରେ ଧସ୍ତାଧସ୍ତି ଚାଲିଥିବା ବେଳେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ଆଉ ଲୁଟେରାକୁ ଧରି ବାଘମାରି ପୋଲିସ ଜିମା ଦେଇଥିଲେ ।

ଧରାପଡ଼ିଥିବା ଲୁଟେରା ଜଣକ ଖୋର୍ଦ୍ଧା ନିରାକାରପୁର ଖଜୁରିଆ ଗାଁର ତସଲିମ୍‌ ଶାହା ବୋଲି ଜଣାପଡ଼ିଛି । ଠିକ୍‌ ଭାବେ ପୋଲିସ ପାଟ୍ରୋଲିଂ ହେଉନଥିବାରୁ ଖୋର୍ଦ୍ଧା ଓ ବାଘମାରୀ ଭିତରେ ଲୁଟେରାଙ୍କ ଦୌରାତ୍ମ୍ୟ. ଅସାମାଜିକଙ୍କ ଆତଙ୍କରାଜ୍‌ ବଢ଼ିଚାଲିଛି । ବିଳମ୍ବିତ ରାତିରେ ମାତାଲ ଯୁବକମାନେ ମଧ୍ୟ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଇବା ସହ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳୁଛି । ଗଲା ଦୁଇ ଦିନ ତଳେ ସାରୁଅ ବଜାର ଉପରେ କିଛି ମାତାଲ ଯୁବକଙ୍କ ଦୌରାତ୍ମ୍ୟ କାରଣରୁ ୨ ଜଣ ମୋଟରସାଇକେଲ ଆରୋହୀ ଦୁର୍ଘଟଣାର ଶିକାର ହୋଇଥିଲେ । ଖୋର୍ଦ୍ଧା ପୋଲିସ ଏଥି ପ୍ରତି ଗୁରୁତ୍ବ ଦେବା ସହ ତୁରନ୍ତ ଆକ୍ସନକୁ ଆସିବା ଦରକାର । 

   Related Posts