ପରାଜିତ ପ୍ରାର୍ଥୀ କଲେ ଅଭିଯୋଗ : ଦଳୀୟ କର୍ମୀଙ୍କ ବିଶ୍ବାସଘାତକତା ପାଇଁ କଂଗ୍ରେସର ବିପର୍ଯ୍ୟୟ ହେଲା, ନିରଞ୍ଜନଙ୍କ ଉପରକୁ ମଧ୍ୟ ଉଠିଲା ଆଙ୍ଗୁଠି

Published By : Prameya-News7 Bureau | May 30, 2019 IST

ଭୁବନେଶ୍ବର ୩୦|୫: ଦଳୀୟ କର୍ମୀଙ୍କ ବିଶ୍ବାଘତକତା ପାଇଁ କଂଗ୍ରେସ ବିପର୍ଯ୍ୟୟ ହେଲା । ପ୍ରାର୍ଥୀଙ୍କ ଠାରୁ ସବୁ ସହାୟତା ନେଲେ କିନ୍ତୁ ବିଜେଡି ସହ ମିଶି ହରାଇଦେଲେ । ସମୀକ୍ଷା ବୈଠକରେ ଏଭଳି ଗଦା ଗଦା ଅଭିଯୋଗ କରିଛନ୍ତି  କଂଗ୍ରେସର ପରାଜିତ ପ୍ରାର୍ଥୀ। ଏହି ଆତଙ୍କବାଦୀମାନଙ୍କୁ ଚିହ୍ନଟ କରି କାର୍ଯ୍ୟନୁଷ୍ଠାନ ନେବ କଂଗ୍ରେସ। ଏହା ସହ ବିଧାୟକ ଦଳ ନେତା ପାଇଁ ନରସିଂହ ମିଶ୍ରଙ୍କ ନାମ କୁ ସୁପାରିଶ କରିଛି ବିଧାୟକ ଦଳ।

{"id":91318}

କଂଗ୍ରେସରେ  ଆତଙ୍କବାଦୀ। ଦଳ ଦ୍ରୋହୀ। ବିଜେଡି ସହ ହାତ ମିଳାଇ ଦଳର ପ୍ରାର୍ଥୀଙ୍କୁ ହରାଇଦେଲେ । ଯେଉଁଥିପାଇଁ ଦଳର ବିପର୍ଯ୍ୟୟ ହେଲା । ଦଳ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ବସିଥବା ସମୀକ୍ଷା ବୈଠକରେ ହାରିଥିବା ପ୍ରାର୍ଥା ମା​‌ନେ ଏଭଳି ଅଭିଯୋଗ କରିଛନ୍ତି।

{"id":117726}

ସିଧା ସିଧା ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ମାନେ କହିଛନ୍ତି ଦଳୀୟ କର୍ମୀ ମାନେ ବିଜେଡି ସହ ହାତ ମିଳାଇଲେ । ଏପରକି କଂଗ୍ରେସ ପ୍ରାର୍ଥୀମାନଙ୍କ ଠାରୁ ଯାହା ଆବଶ୍ୟକ କଲେ ​‌ସେ ସବୁ କର୍ମୀମାନଙ୍କୁ ଦିଆଗଲା ତଥାପି ଭିତିରିଆ ବିଜେଡି ସହିତ ହାତାମିଳାଇଲେ। କେବଳ ତଳିଆ କର୍ମୀ କାହିଁକି  ପିସିସି ଶୀର୍ଷ ନେତୃତ୍ବ ବି କୁଆଡ଼େ ବିଜେଡି ସହ ହାତମିଳାଇଥିବା ଅଭି​‌ଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜର୍ଜ ତିର୍କୀ।  

{"id":117727}

ପସିସି ଏବଂ ଜିଲ୍ଲାର କଂଗ୍ରେସ କର୍ମୀଙ୍କ ବିରୋଧରେ ଗଦା ଗଦା ଅଭିଯୋଗ କରିଥିଲେ  ଉଭୟ ସାଂସଦ ଏବଂ ବିଧାୟକ କର୍ମୀ । ଏଭଳି ଅଭିଯୋଗ ମିଳିବା ପରେ ଏବେ ବିପର୍ଯ୍ୟୟ କାରଣ ପାଈଁ  ଗଠନ ହୋଇଥିବା କମିଟି ଏବେ ଜିଲ୍ଲା ଜିଲ୍ଲା ବୁଲି ଏହି ଆତଙ୍କବାଦୀଙ୍କୁ ଚିହ୍ନଟ କରିବ । ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି । ଏପଟେ ପିସିସି ସଭାପତିଙ୍କ  ଉପରକୁ ଆଙ୍ଗୁଠି ଉଠିଥିବାରୁ ସଭାପତି ନିରଞ୍ଜନ ପଟ୍ଟନାୟକ ପିସିସି କମିଟି ଭାଙ୍ଗିଦେବାକୁ କହିଛନ୍ତି।

{"id":117728}

ଏହି ସମୀକ୍ଷା ବୈଠକରେ ରହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରେ ରହିବାକୁ ଏକ ରିଜୋଲ୍ୟୁସନ ପାସ କରାଯାଇଥିଲା । ଏହା ସହ କଂଗ୍ରେସ ଭବନରେ ବିଧାୟକ ଦଳ ବୈଠକ ବସିଥିଲା ଏହି ବୈଠକରେ ନରସିଂହ ମିଶ୍ରଙ୍କୁ ବିଧାୟକ ଦଳ ନେତା ସୁପାରିଶ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.