Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚିନ୍ତା ବଢାଇଲାଣି କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ, ବାରମ୍ବାର ଫସୁଛନ୍ତିି ଗାଈଗୋରୁ

9/08/2020 at 3:11 PM

ଝାରସୁଗୁଡା ୦୯।୦୮: ଝାରସୁଗୁଡା ଜିଲ୍ଲାରେ ଥିବା ବିଭିନ୍ନ କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁକୁ ଏଣେତେଣେ ପକାଯାଉଥିବାରୁ ଗାଈ ଗୋରୁ ସମେତ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ମାସେ ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପାଉଁଶ ଗଦା କରାଯାଇ ଜମିକୁ ସମତଳ କରାଯାଇଥିବାରୁ ସେହିଠାରେ ପଡି ରହିଥିବା ପାଉଁଶ ଗଦାରେ ଫସି ପ୍ରାୟ ୫ରୁ ଉର୍ଦ୍ଧ୍ୱ ଗାଈଙ୍କ ଜୀବନ ଯାଇଥିଲା ବେଳେ ୧୨ରୁ ଉର୍ଦ୍ଧ୍ୱଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ ।

ଆଜି ପୁଣି ଥରେ ଜଣେ ବ୍ୟକ୍ତିଙ୍କ ୨ଟି ଗାଈ ଚରୁଥିବା ବେଳେ ସେହି ପାଉଁଶ ଗଦାରେ ଫସିଯାଇଥିଲେ । ଅଗ୍ନିଶମ ବିଭାଗର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ବହୁତ କଷ୍ଟରେ ଗାଈଙ୍କୁ ଉଦ୍ଧାର କରିଥିଲେ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ନିର୍ମାଣ ହୋଇଥିବା କୋଭିଡ କେୟାର୍ ସେଣ୍ଟର ସମ୍ମୁଖରେ ଅଳ୍ପ ବର୍ଷା ହୋଇଗଲା ମାତ୍ରେ ଘଟୁଛି ଏହିଭଳି ଘଟଣା  ।

ଆଜି ସକାଳୁ ଓଏମପି ନିକଟରେ ରହୁଥିବା ଜଣେ ଚାଷୀଙ୍କ ଗୋରୁ ଚରିବାକୁ ଯାଇଥିବାବେଳେ ତାଙ୍କର ଦୁଇଟି ଗାଈ ପାଉଁଶ ଭିତରେ ଫସି ଯାଇଥିଲେ । ସ୍ଥାନୀୟ ପଥଚାରୀମାନେ ଏହା ଦେଖି ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ କେନ୍ଦ୍ରର ସହାୟତାରେ ଗାଈ ଦୁଇଟିକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ସେହି ସ୍ଥାନରେ ବାରମ୍ବାର ଏହିଭଳି ଘଟଣା ଘଟୁଥିବାରୁ ଗାଈ ମାଲିକମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ କର୍ମଚାରୀ । ଏଥିସହ ଜିଲ୍ଲା ପ୍ରଶାସନ ଏହି ସ୍ଥିତିର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗୋ ଚାଷୀ । ଝାରସୁଗୁଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆଖିବୁଜା ଭାବେ କାରଖାନା କର୍ତ୍ତୃପକ୍ଷ ପାଉଁଶ ପକାଇ ଚାଲିଥିବା ଯୋଗୁଁ ଏହିଭଳି ଘଟଣା ବାରମ୍ବାର ଘଟୁଛି ।

   Related Posts