Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବାଧିଲା ବନ୍ଦ , ଶୀତ ରାତିରେ ପିଲାଛୁଆ ଧରି ରେଳ ପ୍ଲାଟଫର୍ମରେ ଲୋକେ ଟ୍ରେନ୍କୁ ଅପେକ୍ଷା କରି ରହିଥିଲେ, ଆହୁରି କେତେ କେତେ ଘଟଣା

9/01/2019 at 7:00 PM

ଭୁବନେଶ୍ବର୯|୧: ଦୁଇ ଦିନ ବନ୍ଦ । ଅଚଳ ହୋଇଗଲା ଜୀବନଯାତ୍ରା । ଗଡ଼ିଲାନି ଗାଡ଼ି ମଟର, ଛାଡ଼ିଲାନି ଟ୍ରେନ୍‌ ।ବ୍ୟାଙ୍କ, ଇନସୁରାନ୍‌ସ, ବସ, ଅଟୋ ଚଳାଚଳ ବନ୍ଦ, ଏତିକିବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସ୍କୁଲ କଲେଜ ବି ବନ୍ଦ ଘୋଷଣା କରିଛନ୍ତି। ୨ ଦିନର ବନ୍ଦ ଡାକରାରେ  ଜୀବନଯାତ୍ରା ଅଚଳ ହୋଇପଡ଼ିଥିବା ବେଳେ ଦେଶର ବିକାଶ ୨ ଦିନ ପଛକୁ ଚାଲିଯାଇଛି। ବନ୍ଦ ପାଳନ କରି ଆନ୍ଦୋଳନକାରୀ ମାନେ ନିଜର ରାଜନୈତିକ, ସାଗଠନିକ ସ୍ବାର୍ଥ ଚରିତାର୍ଥ କଲେ ତାହା ପୁଣି ସାଧାରଣ ଲୋକଙ୍କୁ ନାନା ପ୍ରକାରରେ ହଟହଟା କରି।

ବାଧିଲା ବନ୍ଦ । ଦିନେ ଅଧେ କେହି ସହିନେବ ପୂରା ଦିଦିନ ହଟହଟା ହୋଇଛନ୍ତି ଲୋକେ ।  ଦେଖନ୍ତୁ ଶୀତ ରାତିରେ ପିଲାଛୁଆ ଧରି ରେଳ ପ୍ଲାଟଫର୍ମରେ ଲୋକେ ଟ୍ରେନ୍‌କୁ ଅପେକ୍ଷା କରି ରହିଛନ୍ତି ଆଉ ସକାଳୁ ଟ୍ରେନ ଅଟକିରହିଲା ଆନ୍ଦୋଳନକାରୀଙ୍କ ଜିଦ୍‌ ଆଗରେ। ବସ୍‌ଷ୍ଟାଣ୍ଡରେ ଭୋକ ଉପାସରେ ଅପେକ୍ଷା କରି ରହିଛନ୍ତି ଲୋକେ । ଜାତୀୟ ରାଜପଥ ଏବଂ ରାସ୍ତା କଡ଼ରେ ଗାଡ଼ିକୁ ଅପେକ୍ଷା କରି ବେବଶ ହୋଇଯାଇଥିଲେ ଲେକେ। ଆଉ ସେପଟେ ଚାଲିଥିଲା ଆନ୍ଦୋଳନକାରୀଙ୍କ ଜୁଲମ। ସେପୁଣି ଦିନ ଅଧେ ନୁହ୍ଁ ପୂରା ଦୁଇଦିନ। ରାସ୍ତାରେ ହଟହଟା ହୋଇଥିବା ଏହି ଲୋକମାନଙ୍କର ବନ୍ଦ ପାଳନକାରୀଙ୍କ ପାଇଁ ଥିଲା ଅନେକ ପ୍ରଶ୍ନ।…

କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଗୁଡ଼ିକର ଏ ବନ୍ଦ ମୋଦି ସରକାର ବିରୋଧରେ । ନିର୍ବାଚନ ସମୟ ଦେଖି ନିଜ ସଂଗଠନର ଶକ୍ତି ଦେଖାଇଛନ୍ତି। ଡାକରା ମୋଦି ହଟାଅ ଦେଶ ବଞ୍ଚାଅ । ଲଢ଼େଇ କେନ୍ଦ୍ର ସରାକର ଓ ଟ୍ରେଡ ୟୁନିୟନର ବିଚାର ମଧ୍ୟରେ। କିନ୍ତୁ ଯେଉଁମାନେ ରାସ୍ତାରେ ବସଷ୍ଟପରେ, ପ୍ଲାଟଫର୍ମରେ ହନ୍ତସନ୍ତ ହେଲେ ସେମାନେ ଏହି ବିଚାରକୁ ଧାର ଧରନ୍ତି କି?

୪୮ ଘଣ୍ଟା ପୂରା ଦେଶକୁ ଠପ୍‌ କରିଦିଆଗଲା। ୪୮ ଘଣ୍ଟା ସ୍କୁଲ ଚାଲିଲାନି, ଅଫିସରେ ଉପସ୍ଥାନ କମ୍‌ ରହିଲା, ୪୮ ଘଣ୍ଟା ବାଟରେ ଅଟକି ରହିଲା ଅତ୍ୟାବଶ୍ୟକ ସାମଗ୍ରୀ, ୪୮ ଘଣ୍ଟା ପଛକୁ ଗଲା ରାଜ୍ୟ ଓ ଦେଶ । ଶୁଣନ୍ତୁ ଏହି ୪୮ ଘଣ୍ଟାରେ ରାଜ୍ୟ ଓ ଦେଶର କେତେ କ୍ଷତି ହୋଇଛିକନ୍‌ଫେଡ଼େରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରୀର ଅନୁମାନ ମୁତାବକ, ଗୋଟିଏ ଦିନ ଦେଶ ଠପ୍‌ ହୋଇଗଲେ, ଅତିକମ୍‌ ରେ ୨୫ରୁ ୩୦ ହଜାର କୋଟି ଟଙ୍କା କ୍ଷତି ହୁଏ। କେବଳ ରେଲଓ୍ବେର କ୍ଷତି ପରିମାଣ ୨୪ଶହ କୋଟି ଟଙ୍କା। ନଓ୩ହଜାର କୋଟି କ୍ଷତି ସହିଛି ରାଜ୍ୟ।

ଲୋକେ ହନ୍ତସନ୍ତ । କିନ୍ତୁ ବନ୍ଦ ସଫଳ ହେବାନେଇ ରାଜନେତା ଓ ଶ୍ରମିକ ସଂଘ ଗୁଡ଼ିକର ନେତାମାନଙ୍କର ଛାତି କୁଣ୍ଢେମୋଟ । କାରଣ ଦି ଦିନ ଦେଶକୁ ଠପ୍‌ କରିଦେଲେ ସେମାନଙ୍କ ପାତିଆରା ବେଶ୍‌ ବଢ଼ିଗଲା । ବନ୍ଦ ଉଠିଯିବାପରେ ମଧ୍ୟ ଦେଶର ଅର୍ଥ ବ୍ୟବସ୍ଥାରେ କ୍ଷତିର ପରିମାଣ ଚାଲୁ ରହିଥିାଏ, ଯାହାର ଭରଣା ଆଉ କେବେ ସମ୍ଭବ ହୁଏନାହିଁ।…

   Related Posts