Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଏବେ ବି ବଞ୍ଚିଛି ମାନବିକତା: ରକ୍ତ ଅଭାବ ଥିବା ପ୍ରସୂତିଙ୍କ ଜୀବନ ରକ୍ଷା କରିବାକୁ ଭୁବନେଶ୍ୱରରୁ କଳାହାଣ୍ଡି ଧାଇଁଆସିଲେ ରକ୍ତଦାତା

18/06/2021 at 10:56 AM

କଳାହାଣ୍ଡି ୧୮/୬: ରକ୍ତ ଅଭାବ ରୁ ଜନ୍ମଜାତ ଶିଶୁ ମୃତ୍ୟୁ ପରେ ପ୍ରସୁତି ଗୁରୁତର ରହିଛନ୍ତି । O positive Bombay Phenotype ବିରଳ ଗ୍ରୁପର ରକ୍ତ ଆବଶ୍ୟକତା ରହିଥିବା ବେଳେ ଜିଲ୍ଲାରେ ଏହି ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ହୋଇନଥିଲା । ଯାହାକୁ ନେଇ ସୋସିଆଲ ମିଡିଆ ରେ କଳାହାଣ୍ଡି ଏକ୍ଟିଭିଷ୍ଟ ଅଗ୍ରାନାଇଜେସନ ରକ୍ତ ଆବଶ୍ୟକତା କୁ ନେଇ ଅପିଲ ପରେ ଭୁବନେଶ୍ୱର କଳିଙ୍ଗ ଫାଉଣ୍ଡେସନର ୨ ଜଣ ରକ୍ତଦାତା ପ୍ରସୁତି ର ଜୀବନ ବଚାଂଇବାକୁ ଭବାନୀପାଟଣାରେ ପହଞ୍ଚି ରକ୍ତଦାନ କରିଛନ୍ତି ।

ଗତ ୧୨ ତାରିଖରେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ମଖଲା ଗାଁର ପ୍ରସୁତି ରାଧିକା ଜୁଆଡ ଭବାନୀପାଟଣା ମୁଖ୍ୟ ଚିକିତ୍ସାଧିଳୟରେ ଶିଶୁକୁ ଜନ୍ମ ଦେଇଥିଲେ । ହେଲେ ରକ୍ତ ଅଭାବରୁ ୧୪ ତାରିଖରେ ଶିଶୁର ମୃତ୍ୟୁ ହୋଇଥିଲା ଆଉ ମାଆଟି ଗୁରୁତର ହୋଇଥିଲା । ଗୁରୁତର ପ୍ରସୁତି କୁ ରକ୍ତର ଆବଶ୍ୟକତା ରହିଥିଲା । ହେଲେ ପ୍ରସୁତିଙ୍କ ରକ୍ତ ଗ୍ରୁପ୍ O positive Bombay Phenotype ରହିଥିବାରୁ ଏହି ବିରଳ ରକ୍ତ ଜିଲ୍ଲା କିମ୍ବା ପଡୋଶୀ ବ୍ଲଡ ବ୍ୟାଙ୍କରେ ଉପଲଧ୍ଧ ହୋଇନଥିଲା ।

ଫଳରେ ଶିଶୁ ମୃତ୍ୟୁ ପରେ ଗୁରୁତର ପ୍ରସୁତି ରକ୍ତ ର ଆବଶ୍ୟତକା କରୁଥିଲେ । ଯାହାର ସୁଚନା ପରେ କଳାହାଣ୍ଡି ଏକ୍ଟିଭିଷ୍ଟ ଅଗ୍ରାନେଜସନ ସୋସିଆଲ ମିଡିଆରେ ସହୟତାର ଅପିଲ କରିଥିଲେ । ଫଳରେ ୨ଜଣ ଦୁଇ ଜଣ ଦୁର୍ଲଭ ସାହୁ ଓ ମାନସ ରଂଜନ ସାହୁ ଆଜି ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟ ରେ ରକ୍ତଦାନ କରିଛନ୍ତି । ବରିଳ ଗ୍ରୁପର ଏହି ଦୁଇ ରକ୍ତଦାତା କେବଳ ରାଧିକା ନୁହେଁ ଦରକାର ପଡିଲେ ଆଗକୁ ଆହୁରି କାହାକୁ ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ପ୍ରତିଶୃତି ଦେଇଛନ୍ତି ।

ତେବେ ଏମାନଙ୍କ ଏପରି ମନୋଭାବ ତଥା ଏଭଳି କାର୍ଯ୍ୟକୁ ନେଇ ଏବେ ସମସ୍ତେ ସାଧୁବାଦ ଜଣାଇଛନ୍ତି । ତତେବେ କରୋନା ଭଳି ସମୟରେ ଯେଉଁଠି ନଜିର ପରିବାର ତଥା ସମ୍ପରାକୀୟ ଲୋକଙ୍କ ମଧ୍ୟରେ ମାନବିକତା ହଜିଯାଉଛି, ସେଇଠି ଏମାନଙ୍କ ଏମିତି ସାହାଯ୍ୟ ସମାଜର ଅନ୍ୟ ମାନଙ୍କ ପାଇଁ ସୃଷ୍ଟିକରିଛି ପ୍ରେରଣା ଓ ଉଦାହରଣ ।

   Related Posts