Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛି ବତକ, ଜାଣନ୍ତୁ କିପରି…

1/10/2021 at 3:09 PM

ନୂଆଦିଲ୍ଲୀ ୦୧/୧୦: ମଣିଷ ନିଜର ଆବଶ୍ୟକତା ପାଇଁ କାମ କରେ, କିନ୍ତୁ ବେଳେବେଳେ ଏପରି ଦେଖିବାକୁ ମିଳିଥାଏ ଯେ ଗୃହପାଳିତ ପଶୁ-ପକ୍ଷୀ ମଧ୍ୟ ମଣିଷ ପାଇଁ କାମ କରି ଟଙ୍କା ରୋଜଗାର କରନ୍ତି। ଜଣେ ଆମେରିକୀୟ ମହିଳା ଏକ ବତକ ରଖିଛନ୍ତି, ଯାହାର ଭିଡିଓ ତିଆରି କରି ସେ ପ୍ରତିବର୍ଷ ପ୍ରାୟ ୩୭,୧୨,୪୨୦ ଟଙ୍କା ରୋଜଗାର କରୁଛନ୍ତି।

ସୂଚନା ଅନୁଯାୟୀ,ଏହି ବତକ ଏକ ଟିକଟକ୍ ଷ୍ଟାର ଏବଂ ତାର ଟିକଟକ୍‌ରେ ୨.୭ ମିଲିୟନ୍ ଫଲୋୟର୍ସ ଅଛନ୍ତି। ଏହି ବତକର ନାମ ମୁଞ୍ଚକିନ୍ ଏବଂ ଏହାର ମାଲିକଙ୍କ ନାମ କ୍ରିସି ଏଲିସ୍। ମୁଞ୍ଚକିନର ଇନଷ୍ଟାଗ୍ରାମ ଆକାଉଣ୍ଟ ଡଙ୍କିନ୍ ଡକ୍ସ ନାମରେ ଜଣାଶୁଣା। ମୁଞ୍ଚକିନ୍‌ଙ୍କୁ ବଢାଇଥିବା ମହିଳାଙ୍କ ପେନସିଲଭାନିଆରେ ଡଙ୍କିନ୍ ଡୋନଟ୍ସ୍ ନାମକ ଫାଷ୍ଟଫୁଡ୍ ଦୋକାନ ଥିଲା ଏବଂ ଏହି ଦୋକାନ ନାମରୁ ସେ ଡଙ୍କିନ୍ ଡକ୍ସ ଚ୍ୟାନେଲ ନାମର ଆଇଡିଆ ପାଇଥିଲେ।

ଡକ୍ ମୁଞ୍ଚକିନର ଭିଡିଓ ପ୍ରାୟତଃ ଭାଇରାଲ୍ ହୋଇଥାଏ। ଆଲିସ୍ କହିଛନ୍ତି ୧୬ ବର୍ଷ ବୟସରୁ ସେ ଗୃହପାଳିତ ପଶୁ ପାଳିବାକୁ ଭଲ ପାଉଥିଲେ। ସେ ମୁଞ୍ଚକିନକୁ ସବୁଆଡେ ନେଇ ଯାଉଥିଲେ ଏବଂ ଏହି କାରଣରୁ ପିଲାମାନେ ତାଙ୍କୁ ବିଦ୍ୟାଳୟରେ ଥଟ୍ଟା କରୁଥିଲେ। ସେ ଲୋକଙ୍କ ଉପରେ ବିରକ୍ତ ହୋଇ ମୁଞ୍ଚକିନ୍ ପାଇଁ ଏକ ଚ୍ୟାନେଲ୍ ତିଆରି କରିଥିଲେ।

ଆଲିସ୍ କହିଛନ୍ତି ଅଧା ଘଣ୍ଟା ମଧ୍ୟରେ ଡଙ୍କିନ୍ ଡକ୍ସ ଚ୍ୟାନେଲରୁ ଯେତିକି ଟଙ୍କା ରୋଜଗାର କରନ୍ତି, ସେତିକି ରୋଜଗାର କରିବା ପାଇବା ପାଇଁ ତାଙ୍କୁ ସପ୍ତାହରେ ୪୦ ଘଣ୍ଟା କାମ କରିବାକୁ ପଡୁଥିଲା। ସେ ପ୍ରତି ମାସରେ ଆଲିସ୍ ଟିକଟକ୍ ଆକାଉଣ୍ଟରୁ ୪,୫୦୦ ଡଲାର ଅର୍ଥାତ୍ ପ୍ରାୟ ୩,୩୩,୯୭୨ ଟଙ୍କା ରୋଜଗାର କରୁଛନ୍ତି।

   Related Posts