ଦୁର୍ବୃତ୍ତଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ହକି ଖେଳାଳି

Published By : Prameya-News7 Bureau | February 20, 2020 IST

ପଟିଆଲା୨୦/୨:ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅଜଣା ଦୃର୍ବୃତ୍ତଙ୍କ ଗୁଳିରେ ୨ ଜଣ ପୂର୍ବତନ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଛି। ରାତିରେ କିଛି ଅଜଣା ଦୁର୍ବୃତ୍ତମାନେ ଆସି ପ୍ରତାପନଗରୀ ଅଞ୍ଚଳରେ ୨ ଜଣ ହକି ଖେଳାଳିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ ଅମ୍ରିକ ସିଂହ ଓ  ସୀମ୍‌ରଞ୍ଜିତ ସିଂହ। ଏହି ଦୁଇଜଣଙ୍କ ମଧ୍ୟରୁ ଅମ୍ରିକ ୨୦୦୩-୦୪ ମସିହାରେ ପଞ୍ଜାବ ଇଲେକ୍ଟ୍ରିସିଟି ବୋର୍ଡ ପକ୍ଷରୁ ହକି ଖେଳିଥିଲେ।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏଥିସହ ୨ ମୃତ ଦେହକୁ ରାଜେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ହତ୍ୟାରେ ସଂପୃକ୍ତ ଦୁର୍ବୃତ୍ତମାନଙ୍କ ସଂପର୍କରେ କିଛି ଜଣା ପଡି ନାହିଁ। କେଉଁ କାରଣରୁ ଦୁଇଜଣଙ୍କୁ ହତ୍ୟା କରାଗଲା ତାହାର ଠୋସ୍ ପ୍ରମାଣ ମଧ୍ୟ ମିଳି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.