Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଶିକାର ଭାବି ଲମ୍ପ ଦେଲା ବାଘ, ଭାଗ୍ୟକୁ ବର୍ତ୍ତିଲା ଶିଶୁର ଜୀବନ, ଭିଡିଓ viral

25/12/2019 at 5:05 PM

ଡବଲିନ :  ପ୍ରାଣୀ ଉଦ୍ୟାନ ବୁଲିବା ଲାଗି ପିଲାଙ୍କ ମଧ୍ୟରେ ଆଗ୍ରହ ସାଧାରଣ କଥା। ତେବେ ଏନକ୍ଲୋଜର ନିକଟରେ ଛିଡା ହୋଇ ଫଟୋ ଉଠାଉଥିବା ବେଳେ ଯଦି ବାଘ ଆକ୍ରମଣ କରିବାର ଜୀବନ୍ତ  ଫଟୋ ଉଠେ ଭାବିଲେ କିପରି ଲାଗିବ। ଠିକ୍ ଏହିପରି ଏକ ଘଟଣା ଘଟିଛି ଡବଲିନ ପ୍ରାଣୀ ଉଦ୍ୟାନରେ । ଏକ ଶିଶୁ ପ୍ରାଣୀ ଉଦ୍ୟାନସ୍ଥିତ ବାଘ ଏନକ୍ଲୋଜର ସମ୍ମୁଖରେ ଛିଡା ହୋଇ ଫଟୋ ଉଠାଉଥିବା ବେଳେ ପଛପଟୁ ବାଘଟି ଅଚାନକ ପିଲାଟି ଉପରକୁ ଲମ୍ପ ଦେଇଥିଲା।

ପିଲାଟିର ଫଟୋ ଉଠାଉଥିବା ଲୋକଟି  ଘଟଣାରେ ତଟସ୍ଥ ହୋଇଯାଇଥିଲେ ହେଁ ଘଟଣା ବେଳର ଭିଡିଓ କିନ୍ତୁ ରେକର୍ଡ ହୋଇଯାଇଥିଲା। ତେବେ ସୌଭାଗ୍ୟବସତଃ ପିଲା ଓ ବାଘ ମଧ୍ୟରେ ଏନକ୍ଲୋଜରର ଶକ୍ତ କାଚ ଥିଲା। ଫଳରେ ପିଲାଟି ବାଘ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ଫଟୋ ଉଠାଉଥିବା ଶିଶୁର ଅଭିଭାବକ ଟ୍ୱିଟରରେ କରିଥିବା ପୋଷ୍ଟ ଲୋକଙ୍କୁ ତାଜ୍ଜୁବ କରିଛି। ଏଥିରେ ତାଙ୍କ ପୁଅ ବାଘର ମେନୁ ହେବାକୁ ଯାଉଥିଲା ବୋଲି ଉଲ୍ଲେଖ କରିବା ଲୋକଙ୍କୁ ଆଶ୍ଟର୍ଯ୍ୟ କରିଛି।

ପୋଷ୍ଟ ହେବା ପରଠାରୁ ଏହି ଭିଡିଓଟି ଏ ପର୍ଯ୍ୟ ୧.୮ ନିୟୁତ ଲୋକେ ସେୟାର କରିବା ସହ ନାନା କମେଣ୍ଟ ମଧ୍ୟ କରୁଛନ୍ତି। ତେବେ ଜୁ ବୁଲିବା ବେଳେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରି ଏହା ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ତେବେ କେବଳ ଡବଲିନ ଜୁ ନୁହେଁ ବିଶ୍ୱର ଅନେକ ଜୁରେ ଏଭଳି ଅନେକ ଘଟଣା ଘଟୁଛି। ଏଠାରେ ଏନକ୍ଲୋଜରର ବାଡ ଶିଶୁଟିର ଜୀନ ରକ୍ଷା କରିଦେଇଛି। ହେଲେ ଅନେକ ସ୍ଥାନରେ ବାଘ ଓ ସିଂହ ଭଳି ପ୍ରାଣୀକୁ ଖୋଲା ଅଞ୍ଚଳରେ ରଖାଯାଉଥିବା ବେଳେ ଲୋକେ ବି ଆଡଭେଞ୍ଚର ନିଶାରେ ଖୁଆଡକୁ ଡେଉଁଥିବା କିଛି ନୂଆ କଥା ନୁହେଁ । ଏଣୁ ପ୍ରାଣୀ ଉଦ୍ୟାନ ବୁଲିଯିବା ବେଳେ ଭିଡିଓ ଦେଖି ଆଗୁଆ ସତର୍କ ହୋଇଯାଆନ୍ତୁ।

   Related Posts