Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଅନ୍ତରୀକ୍ଷ କାର୍ଯ୍ୟକ୍ରମ ପାଇଁ ମହାକାଶଚାରୀଙ୍କ ନାମ ଘୋଷଣା କଲେ UAE ସରକାର, ପ୍ରଥମ ଥର ଯିବେ ମହିଳା

10/04/2021 at 8:40 PM

ଦୁବାଇ ୧୦।୪:  ୟୁନାଇଟେଡ ଆରବ ଏମିରେଟସ୍‌ (ୟୁଏଇ)ର ଅନ୍ତରୀକ୍ଷ କାର୍ଯ୍ୟକ୍ରମ ଲାଗି ଦୁବାଇ ଶାସକ ଶେଖ ମହମ୍ମଦ ବିନ ରସିଦ୍ ଅଲ ମକତୌମ ଶନିବାର ୨ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି। ଏଥିରେ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ପୁରୁଷ। ଟ୍ୱିଟ୍‌ ହ୍ୟାଣ୍ଡଲରେ ଦୁବାଇ ଶାସକ ଏ ନେଇ ସୂଚିତ କରିଛନ୍ତି। ଟ୍ୱିଟ୍‌ ଅନୁସାରେ ମହିଳା ଯାତ୍ରୀ ନୌରା ଅଲ ମତୋରଶି ହୋଇଥିବା ବେଳେ ପୁରୁଷ ଜଣକ ହେଉଛନ୍ତି ମହମ୍ମଦ ଅଲ ମୁଲ୍ଲା। ଏଥିଲାଗି ଆବେଦନ ଆହ୍ୱାନ କରାଯାଇଥିବା ବେଳେ ୪ ହଜାରରୁ ଅଧିକ ଲୋକେ ଆବେଦନ କରିଥିଲେ।

ତେବେ ଏଥିଲାଗି ନୌରା ଓ ମୁଲ୍ଲାଙ୍କୁ ମନୋନୟନ କରାଯାଇଛି। ନୌରା ଆବୁଧାବୀସ୍ଥିତ ନ୍ୟାସନାଲ ପେଟ୍ରୋଲିୟମ କନଷ୍ଟ୍ରକ୍ସନ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ସେହି ପରି ମୁଲ୍ଲା ଦୁବାଇ ପୋଲିସରେ ଜଣେ ପାଇଲଟ। ଉଭୟଙ୍କୁ ମହାକାଶଯାତ୍ରା ପ୍ରଶିକ୍ଷଣ ନିମନ୍ତେ ଆମେରିକା ଟେକ୍ସାସର ହୋଷ୍ଟନସ୍ଥିତ ନାସାର ଜନସନ୍‌ ଅନ୍ତରୀକ୍ଷ କେନ୍ଦ୍ରକୁ ପଠାଯିବ। ଯଦି ଅଲ ମତୋରଶୀଙ୍କ ମହାକାଶ ଯାତ୍ରା କାର୍ଯ୍ୟକ୍ରମ ସଫଳ ହେବ ତେବେ ସେ ମହାକାଶ ଯାତ୍ରା କରିବାରେ ପ୍ରଥମ ଆରବ ମହିଳା ହେବେ ବୋଲି ୟୁଏଇ ସରକାର କହିଛନ୍ତି।

ତେବେ ମହାକାଶରେ ପଦଚାରଣ କରିବାରେ ହଜ୍ଜା ଅଲ ମନସୁରୀ ୟୁଏଇର ପ୍ରଥମ ବ୍ୟକ୍ତି ଥିଲେ। ୨୦୧୯ରେ ସେ ଏକ ୮ ଦିନିଆ ଅନ୍ତରୀକ୍ଷ ମିସନରେ ଅନ୍ତର୍ଜାତୀୟ ମହକାଶ ଗବେଷଣା କେନ୍ଦ୍ର(ଆଇଏସଏସ୍)ରେ ଅବସ୍ଥାନ କରିଥିଲେ। ୟୁଏଇର ମହାକାଶ ସମ୍ପର୍କିତ ଅନେକ ମହତ୍ୱାକାଙକ୍ଷୀ ଯୋଜନା ରହିଛି। ଏଥିରେ ୨୦୨୪ ସୁଧା ଚନ୍ଦ୍ରକୁ ମାନବରହୀତ ମହାକାଶ ଯାନ ପଠାଇବାର ଯୋଜନା ମଧ୍ୟ ଥିବାର ଜଣାପଡିଛି।

   Related Posts