Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଦେଶରୁ ଲୁଚି ପଳାଇବାକୁ ଚେଷ୍ଟା କରୁଥିବା ଦୁବାଇ ରାଜକୁମାରୀ ଏବେ ସ୍ପେନ୍‌ରେ, ସୋସିଆଲ ମିଡିଆରେ ଫଟୋ ଭାଇରାଲ୍‌,

21/06/2021 at 9:40 PM

ଦୁବାଇ ୨୧/୬: ଦୁବାଇର ରାଜକୁମାରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସୋମବାର ଏହି ଫଟୋ ସାମ୍ନାକୁ ଆସିଥିବା ବେଳେ ​‌ସେ ଏବେ ସ୍ପେନ୍‌ରେ ଥିବା ନେଇ ଚର୍ଚ୍ଚା ହେଉଛି। ମିଳିତ ଜାତିସଂଘର ସବୁବେଳେ ଏକ ପ୍ରସଙ୍ଗ ହୋଇ ରହିଥିବା ଦୁବାଇ ରାଜକୁମାରୀ ସ୍ପେନ୍‌ରେ ଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ୨୦୧୮​‌ରେ ଦୁବାଇରୁ ଲୁଚି ପଳାଇବାକୁ ଚେଷ୍ଟା କରୁଥିବା ରାଜକୁମାରୀ ଶେଖ୍‌ ଲତିଫା ଧରାପଡ଼ିଯାଇଥିଲେ। ଏହା ପରେ ଜାତିସଂଘର ଏକ କମିଟି ଏହାକୁ ନେଇ ଚିନ୍ତିତ ମଧ୍ୟ ହୋଇଥିଲା । ଇନଷ୍ଟାଗ୍ରାମରେ ମିଳିଥିବା ଫଟୋରେ ଦେଖିବାକୁ ମିଳିଛି ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୋମଙ୍କ ଝିଅ ଶେଖ ଲତିଫା ଆଡଲଫ୍‌ ସୁରେଜ୍‌ ମାଡ୍ରିଡ୍‌ ବାରାଜାଜ୍‌ ଏୟାରପୋର୍ଟରେ ଅଛନ୍ତି।

ବ୍ରିଟିଶ ମିଡିଆ ଅନୁସାରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଥିବା ମହିଳା ଜଣେ ପୂର୍ବତନ ରୟାଲ ନୌସେନା ସଦସ୍ୟ ସାଇନଡ୍‌ ଟେଲର।  ଟେଲର ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି, ‘ଲତିଫାଙ୍କ ସହ ୟୁରୋପରେ ଛୁଟି ମନାଇବା ନିଆରା। ଆମେ ମଜା କରୁଛୁ।’  ଏହା ସହ ଟେଲର ଦୁବାଇର ମଲ୍‌ରେ ଉଠାଯାଇଥିବା ଲତିଫାଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସେପଟେ ୟୁଏନ ବିଶେଷଜ୍ଞ ଏବଂ ମାନବାଧିକାର କାର୍ଯ୍ୟକର୍ତ୍ତା ଲତିଫାଙ୍କ ସମ୍ପର୍କରେ ସୂଚନା ଦେବାକୁ ତାଙ୍କ ବାପା ଅଲ ମକତୋମଙ୍କୁ କହିଥିଲେ । ୩୫ ବର୍ଷୀୟା ଲତିଫା ୨୦୧୮ରେ ଦେଶରୁ ଲୁଚି ପଳାଇଥିଲେ। କିନ୍ତୁ ଭାରତୀୟ କମାଣ୍ଡୋଙ୍କ ହତାରେ ସେ ଧରାପଡ଼ିଯାଇଥିଲେ।

ରାଜକୁମାରୀ ଲତିଫାଙ୍କ ପୂରା ନାମ ଲତିଫା ବିନ ମହମ୍ମଦ ଅଲ ମଖତୁନ୍‌ । ଲତିଫା ଦୁବାଇର ଅରବପତି ଶାସକ ଶେଖ ମହମ୍ମଦ ମଖତୁନଙ୍କ ଝିଅ। ଶେଖ ଇଂଲଣ୍ଡରେ ପଢ଼ିଥିବା ବେଳେ କ୍ବିନ୍‌ ଏଲିଜାବେଥଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଅଛି। ରୟାଲ ହାଇନେସ୍ ରାଜକୁମାରୀ ବିନ୍ତ ଅଲ ହୁସୈନ ୨୦୦୪ରେ ଅଲ ମଖତୁନଙ୍କୁ ବିବାହ କରିଥିଲେ ।ଯିଏକି ତାଙ୍କର ଦ୍ବିତୀୟ ପତ୍ନୀ ଭାବେ ଜଣାଯାଆନ୍ତି। କିନ୍ତୁ ପ୍ରକୃତରେ ଅଲ ମଖତୁନଙ୍କ ଅନେକ ପତ୍ନୀ ଥିବା ବେଳେ ୨୫ ଛୁଆ ଅଛନ୍ତି। ସେମାନଙ୍କ ମଧ୍ୟରେ ଲତିଫା ଜଣେ । ଲତିଫାଙ୍କ ଜନ୍ମ ୧୯୮୪ରେ ହୋଇଥିଲା। ଫ୍ରି ଲତିଫା କ୍ୟାମ୍ପେନ ଅନୁସାରେ ୨୦୦୨ରେ ପ୍ରଥମେ ଲତିଫା ଦୁବାଇରୁ ପଳାଇଯିବାକୁ ଚାହିଁଥିଲେ । ସେତେବେଳେ ଲତିଫାଙ୍କୁ ୧୬ ବର୍ଷ ହୋଇଥିଲା।  

   Related Posts