ବାଲକୋନୀରେ ବିବସ୍ତ୍ର ହୋଇ ଅଶ୍ଳୀଳ ଭିଡିଓ ସୁଟ୍‌ କରିଥିଲେ କିଛି ମହିଳା, ଭାଇରାଲ ପରେ ଗିରଫ କଲା ପୋଲିସ

Published By : Prameya-News7 Bureau | April 05, 2021 IST

ଦୁବାଇ ୦୫/୦୪ : ୟୁନାଇଟେଡ୍‌ ଆରବ ଏମିରେଟସ ରେ କୌଣସି ବ୍ୟକ୍ତି କିଛି ବି ଭୁଲ କଲେ ଦୋଷୀମାନଙ୍କ ପ୍ରତି କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ଏପରିକି ଅତି ଅମାନୁଷିକ ଭାବେ ଦଣ୍ଡ ଦିଆଯାଇଥାଏ । ସେଠାକାର ଆଇନ ଶୃଙ୍ଖଳା ବ୍ୟବସ୍ଥା ବେଶ କଠୋର । ନିକଟରେ ଦୁବାଇର ଏକ ସିଟିରେ କିଛି ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା । ମହିଳାମାନେ ବିଲ୍ଡିଂର ବାଲକୋନୀରେ ବିବସ୍ତ୍ର ହୋଇ ଛିଡାହୋଇଥିବା ଫଟୋ ଏବଂ ଭିଡିଓ ଭାଇରାଲ ହେବାପରେ ଦୁବାଇ ପୋଲିସ ସେମାନଙ୍କୁ ଗିରଫ କରିଛି ।

ଦୁବାଇରେ ସାର୍ବଜନୀନ ଶାସନ ଆଇନ ଉଲ୍ଲଂଘନ ଏବଂ ଅଶ୍ଳୀଳ ପ୍ରଦର୍ଶନ କିମ୍ବା ଅଶ୍ଳୀଳ ଆଚରଣ କଲେ ୬ ମାସ କାରାଦଣ୍ଡ ସହିତ ୫ହଜାର ୟୁଏଇ ମୁଦ୍ରାରେ ଦଣ୍ଡିତ କରାଯାଇଥାଏ । ଗତ ଶନିବାର ଦିନ, ପ୍ରାୟ ୧୨ରୁ ୧୫ ଜଣ ମହିଳା ଏକ ବହୁତଳ ବିଲ୍ଡିଂର ବାଲକୋନୀରେ ଅଶ୍ଳୀଳ ଭାବେ ଛିଡା ହୋଇ ଫଟୋ ଏବଂ ଭିଡିଓ ସୁଟ୍‌ କରିଥିଲେ । ପରେ ଏହା ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଭିଡିଓଗୁଡିକୁ ପବ୍ଳିକ୍‌ ଯାଞ୍ଚ ଏଜେନ୍ସିକୁ ପଠାଯାଇଥିବା ଦୁବାଇ ପୋଲିସ କହିଛି । ୟୁଏଇ ସୋସାଇଟିରେ ଏଭଳି ଅଶ୍ଳୀଳ କାର୍ଯ୍ୟ ଗ୍ରହଣୀୟ ନୁହେଁ ଏବଂ ଏହା ଆଇନ ବିରୋଧୀ ବୋଲି ପୋଲିସ କହିଛି । ଏହା ସହି ୟୁଏଇରେ ଅଶ୍ଳୀଳ ଭିଡିଓ ଦେଖିବା କିମ୍ବା ତିଆରି କରିବା ଉପରେ କଡା ଆଇନ ପ୍ରଣୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.