Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିଦେଶୀ ଯାତ୍ରୀଙ୍କ ପାଇଁ ଦୁବାଇ ସବୁଠୁ ସୁରକ୍ଷିତ ପର୍ଯ୍ୟଟନସ୍ଥଳୀ ; ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

10/07/2021 at 4:40 PM

ନୂଆଦିଲ୍ଲୀ ୧୦/୦୭ : ମହାମାରୀ କରୋନା ଯୋଗୁଁ ଗତ ବର୍ଷ ଠାରୁ ଜନସାଧାରଣ ନିଜ ଘରେ ବାନ୍ଧି ହୋଇ ରହିଥିଲେ । କାରଣ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କିନ୍ତୁ ଏବେ କରୋନାର ପ୍ରକୋପ ହ୍ରାସ ପାଇବା ମାତ୍ରେ ଲୋକମାନଙ୍କର ବୁଲାବୁଲି ଯୋଜନା ଆରମ୍ଭ ହୋଇଛି । ଗତ କିଛି ଦିନ ମଧ୍ୟରେ ଯାତ୍ରୀମାନଙ୍କ ମନାଲି ଯିବାର ଖବର ଆସୁଥିଲା, କିନ୍ତୁ ଦୁବାଇ ବୁଲିବର କ୍ରେଜ୍ ମଧ୍ୟ ବଢିଛି । ଦୁବାଇ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଆଶ୍ଚର୍ଯ୍ୟ କରିଦେଲା ଭଳି ଖବରସାମ୍ନାକୁ ଆସିଛି।

ବିଶ୍ବର ଅନ୍ୟତମ ସୁନ୍ଦର ସହର ହେଉଛି ଦୁବାଇ । ଏଭଳି ପରିସ୍ଥିତିରେ, ଖବର ଆସିଛି ଯେ ଜୁଲାଇ ୨୦୨୦ ରୁ ମେ ୨୦୨୧ ମଧ୍ୟରେ ୩.୭୦ କୋଟି ବିଦେଶୀ ଯାତ୍ରୀ ଦୁବାଇ ବୁଲିବାକୁ ଆସିଥିଲେ। ଦୁବାଇ ପର୍ଯ୍ୟଟନ ବିଭାଗ ମତ ଅନୁଯାୟୀ, ଦୁବାଇର ସୀମା ବିଦେଶୀମାନଙ୍କ ପାଇଁ ଖୋଲା ହେବା ୧ ବର୍ଷ ହୋଇଗଲାଣି। ଦିଆଯାଇଥିବା ତଥ୍ୟରେ, ଜୁଲାଇ ଠାରୁ ଡିସେମ୍ବର ୨୦୨୦ ମଧ୍ୟରେ ପ୍ରାୟ ୧.୭ କୋଟି ବିଦେଶୀ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥିଲେ। ଏଥି ସହିତ, ଚଳିତ ବର୍ଷ ଜାନୁଆରୀରୁ ମେ ମାସରେ ପ୍ରାୟ ୨କୋଟି ଯାତ୍ରୀ ଦୁବାଇରେ ପହଞ୍ଚିଥିଲେ। ତେବେ ଏହି ଆକଳନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଅନ୍ୟ ଦେଶମାନଙ୍କରେ ମହାମାରୀ ଏକ ଭୟଙ୍କର ରୂପ ଦେଖାଇଥିବାବେଳେ ଦୁବାଇ କିନ୍ତୁ ଏହାକୁ ବହୁତ ଭଲ ଭାବରେ ପରିଚାଳନା କରିଛି।

ଶେଖ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ ମାଖତୁମ ଏବଂ ଦୁବାଇ କ୍ରାଉନ୍ ପ୍ରିନ୍ସ ଓ ଦୁବାଇର ଏକଜ୍ୟୁକେଟିଭ୍ କାଉନସିଲ ଅଫ ଦୁଵାଇର ଚେୟାରମ୍ୟାନ୍ ଏକ ରିପୋର୍ଟ ଜାରି କରି କହିଛନ୍ତି ଯେ କରୋନା କାଳରେ ଏଠାରେ ଅନୁଷ୍ଠିତ ଏକ୍ସପୋ ୨୦୨୦ରେ କୋଭିଡ ପ୍ରୋଟୋକଲର ନୂତନ ମାନକ ସ୍ଥିର କରାଯାଇଛି । ଯାହାକି ଏଠାକୁ  ଆସୁଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବନା ହେବା ସହ, ସମଗ୍ର ବିଶ୍ୱରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲା।

କରୋନା ଯୋଗୁଁ ସମଗ୍ର ଦୁନିଆରେ ଅନେକ ହୋଟେଲ ବନ୍ଦ ହୋଇଯାଇଥିବାବେଳେ ଦୁବାଇରେ ହୋଟେଲର ସଂଖ୍ୟା ବୃଦ୍ଧି ଘଟିଛି। ଦୁବାଇରେ ସମୁଦାୟ ୫୯୧ ହୋଟେଲ ଅଛି । କିନ୍ତୁ ମେ ମାସରେ ହୋଟେଲ ସଂଖ୍ୟା ବୃଦ୍ଧି ହୋଇଛି । ବର୍ତ୍ତମାନ ସେମାନଙ୍କ ସଂଖ୍ୟା ୭୧୫କୁ ବୃଦ୍ଧି ପାଇଛି। ଦୁବାଇର ହୋଟେଲ ମ୍ୟାନେଜମେଣ୍ଟ ଆନାଲିଟିକାଲ୍ ଫର୍ମ ଏସଟିଆର କହିଛି ଯେ ଡିସେମ୍ବର ୨୦୨୦ ଦୁବାଇରେ ପ୍ରାୟ ୬୯ ପ୍ରତିଶତ ହୋଟେଲ ପୂରା ଥିଲା। ଏହା ସହ ଜାନୁଆରୀ ୨୦୨୧ରେ, ପାଖାପାଖି ୬୬ପ୍ରତିଶତ ପର୍ଯ୍ୟନ୍ତ ଭର୍ତ୍ତି ହୋଇଥିଲା ।

   Related Posts