Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

କରୋନା ପଜିଟିଭ୍ ଯାତ୍ରୀଙ୍କୁ ଆଣିବା ଅଭିଯୋଗରେ ଇଣ୍ଡିଆ ଏକ୍ସପ୍ରେସର ଉଡାଣ ଉପରେ ରୋକ୍ ଲଗାଇଲା ଦୁବାଇ

18/09/2020 at 6:16 PM

ନୂଆଦିଲ୍ଲୀ ୧୮।୦୯: ଦୁବାଇର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅକ୍ଟୋବର ୨ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଉଡାଣ ଉପରେ ରୋକ୍‌ ଲଗାଇଛି। ଜଣେ ସରକାରୀ ଅଧିକାରୀଙ୍କ ଅନୁଯାୟୀ ଦୁବାଇ ପ୍ରଶାସନ ଅଭିଯୋଗ କରିଛନ୍ତି ଯେ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଗତ କିଛି ସପ୍ତାହରେ କରୋନା ପଜିଟିଭ୍ ସାର୍ଟିଫିକେଟ୍ ଥିବା ପରେ ବି ଯାତ୍ରୀ ଆଣିଛି। ୟୁଏଇ ସରକାରଙ୍କ ନିୟମ ଅନୁଯାୟୀ, ଭାରତରୁ ଯାତ୍ରା କରୁଥିବା ପ୍ରତି ଯାତ୍ରୀଙ୍କୁ ଯାତ୍ରା କରିବାର ୯୬ ଘଣ୍ଟା ପୂର୍ବରୁ କୋଭିଡ୍-୧୯ର ଆରଟି-ପିସିଆର ଟେଷ୍ଟିଂ କରିବାକୁ ହୁଏ ଏବଂ ଅରିଜିନାଲ ନେଗେଟିଭ୍ ରିପୋର୍ଟ ଆଣିବାକୁ ପଡେ।

ଅଧିକାରୀ କହିଛନ୍ତି, ସେପ୍ଟେମ୍ବର ୨ ରିପୋର୍ଟରେ କୋଭିଡ୍-୧୯ ପଜିଟିଭ୍ ସାର୍ଟିଫିକେଟ୍ ହେବା ପରେ ମଧ୍ୟ ଜଣେ ଯାତ୍ରୀ ସେପ୍ଟେମ୍ବର ୪ରେ ଜୟପୁର-ଦୁବାଇ ଯାତ୍ରା ଏୟାର ଇଣ୍ଡିଆ  ଏକ୍ସପ୍ରେସରେ କରିଥିଲେ। ଏହି ପରି ଏହା ପୂର୍ବରୁ ମଧ୍ୟ ଜଣେ ପଜିଟିଭ୍ ଯାତ୍ରୀ ଏୟାରଲାଇନ୍ସରେ ଦୁବାଇ ଯାତ୍ରା କରିଥିଲେ। ଏହି କାରଣରୁ ଦୁବାଇ ପ୍ରାଧିକରଣ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସମସ୍ତ ଉଡାଣ ଉପରେ ରୋକ୍ ଲଗାଇଛନ୍ତି।

ଅଧିକାରୀଙ୍କ  ବୟାନରୁ ସଙ୍କେତ ମିଳିଛି ଯେ, କରୋନା ପଜିଟିଭ୍ ହେବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଦୁବାଇ ଯାତ୍ରା କରିବା ଦୁଇଟି ଘଟଣା ଗତ କିଛି ସପ୍ତାହରେ ଘଟିଛି।

   Related Posts