Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଆଜିଠୁ ଡବଲ୍ ହେଲମେଟ୍, ଅମାନିଆଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

1/01/2021 at 8:18 AM

ଭୁବନେଶ୍ୱର,୦୧/୦୧: ବାଇକ ଚାଳକ ଏବେ ସାବଧାନ । ନୂଆବର୍ଷ ପ୍ରଥମ ସକାଳରୁ ଡବଲ ହେଲମେଟ୍‌ ବାଧ୍ୟତାମୂଳକ ଅଟେ। ଡ୍ରାଇଭର ସହିତ ପିଲିଅନ୍‌ ରାଇଡର୍‌ ବି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ । ଜାନୁଆରୀ ୧ରୁ ନୂଆ ନିୟମ ଲାଗୁ ହେବା ସହ ଅମାନିଆଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଗୁରୁବାର ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ପରିବହନ ମନ୍ତ୍ରୀ କହିଛନ୍ତି ଯେ, ବାଇକ୍‌ ପଛରେ ବସି ଯାଉଥିବା ବ୍ୟକ୍ତି (ପିଲିଅନ୍‌ ରାଇଡର୍‌) ମଧ୍ୟ ହେଲମେଟ୍‌ ପିନ୍ଧିବା ଜରୁରି। ହେଲମେଟ୍‌ ନ ପିନ୍ଧି ଦ୍ରୁତଗତିରେ ଗାଡ଼ି ଚଳାଇବା ଦ୍ୱାରା ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଜୀବନ ହାନୀ ଘଟୁଛି। ବାଇକ୍‌ ପଛରେ ବସି ଯାଉଥିବା ବ୍ୟକ୍ତି ଯଦି ହେଲମେଟ୍‌ ପିନ୍ଧି ନଥିବେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ବାଇକ୍‌ ଚାଳକ ହେଲମେଟ୍‌ ପିନ୍ଧି ନଥିବେ, ତେବେ ଚେକିଂ ସମୟରେ ଗାଡ଼ିର ଅନ୍ୟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ। ଦୁର୍ଘଟଣା ହାର କମାଇବା ପାଇଁ ନୂଆବର୍ଷରେ କଡ଼ାକଡ଼ି ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ।

ସୁପ୍ରିମକୋର୍ଟଙ୍କ ରୋଡ୍‌ ସେଫ୍‌ଟି କମିଟିଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

   Related Posts