ସିଗାରେଟ୍ ଏବଂ ମଦ ଛାଡ଼ିଲେ ପ୍ରସିଦ୍ଧ ପପ୍ ସିଙ୍ଗର ଦୁଆ ଲିପା : ନିଜ କଣ୍ଠ ପାଇଁ ନେଲେ ଏହି ନିଷ୍ପତ୍ତି

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ ୩/୪: କରୋନା ଭାଇରସ୍ ଯୋଗୁଁ ଭାରତରେ ଲକଡାଉନ୍ ଚାଲିଥିବାବେଳେ ବିଶ୍ବର ଅନେକ ସହରରେ ଫିଲ୍ମ ଫେଷ୍ଟିଭାଲଠୁ ଆରମ୍ଭ କରି ମ୍ୟୁଜିକ୍ ଫେଷ୍ଟିଭାଲ୍ କ୍ୟାନସଲ୍ ହେଉଛି। ପ୍ରସିଦ୍ଧ ପପ୍ ସିଙ୍ଗର ଦୁଆ ଲିପା ମଧ୍ୟ ଏଥିପାଇଁ ଚିନ୍ତିତ କାରଣ ତାଙ୍କ ଟୁର୍ କ୍ୟାନସଲ୍ ହୋଇଯାଇଛି। ଦୁଆ ବର୍ତ୍ତମାନ ଲଣ୍ଡନରେ ଲକଡାଉନ୍ ଯୋଗୁଁ ନିଜ ଆମେରିକୀୟ ବୟଫ୍ରେଣ୍ଡ ଅନଓ୍ବର ହଦିଦଙ୍କ ସହ ରହୁଛନ୍ତି।

{"id":248326,"sizeSlug":"large"}

ଦୁଆ କହିଛନ୍ତି ଯେ ସେ ନିଜ କଣ୍ଠକୁ ଆହୁରି ଉନ୍ନତ କରିବା ପାଇଁ ମଦ ଏବଂ ଧୂମପାନ ଛାଡ଼ି ଦେଇଛନ୍ତି। ସେ ଗୀତ ଗାଇବାବେଳେ ଦୁଗ୍ଧ ଜାତୀୟ ଦ୍ରବ୍ୟ ଖାଇନଥାନ୍ତି। ଏହା ବ୍ୟତୀତ ସେ ଯେତେବେଳେ ଟୁରରେ ଯାଆନ୍ତି ସେତେବେଳେ ସେ ମଦ ଏବଂ ସିଗାରେଟ୍ ପୂରାପୂରି ଛାଡି ଦିଅନ୍ତି।

{"id":248328,"sizeSlug":"large"}

ଦୁଆ କହିଛନ୍ତି ଯେ ତାଙ୍କ ମ୍ୟୁଜିକ୍ ଟୁର କ୍ୟାନସଲ୍ ହେବା ଯୋଗୁଁ ସେ ଦୁଃଖିତ କିନ୍ତୁ ଆମ ସମସ୍ତଙ୍କୁ ସୁରକ୍ଷିତ ରହିବା ମଧ୍ୟ ଆବଶ୍ୟକ।

{"id":248329,"sizeSlug":"large"}

କିଛି ଦିନ ତଳେ ଦୁଆ ଲିପା ଭାରତକୁ ଆସିଥିଲେ। ଦୁଆ ଲିପା ଏବଂ କେଟି ପେରୀଙ୍କ କନସର୍ଟ ବହୁତ ଚର୍ଚ୍ଚାରେ ଆସିଥିଲା। କେଟି ପେରୀଙ୍କୁ ସ୍ବାଗତ କରିବା ପାଇଁ ଗୌରୀ ଖାନ୍,କିଆରା ଆଡଭାନି,ଅନୁ​‌ଷ୍କା ଶର୍ମା,ଅନନ୍ୟା ପାଣ୍ଡେ,ବିଜୟ ଦେବରାକୋଣ୍ଡା,ଆଲିୟା ଭଟ୍ଟ ଏବଂ ଅର୍ଜୁନ କପୁର ଭଳି ଷ୍ଟାର ପହଞ୍ଚିଥିଲେ। ଦୁଆ ନଜର ଆସିଥିଲେ ଶାହରୁଖ ଖାନଙ୍କ ସହ। ଶାହରୁଖ ଇନଷ୍ଟାଗ୍ରାମରେ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ।

{"id":248330,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.