ଅପେରା ନାଁରେ ଚାଲିଛି ବେଧଡକ ଜୁଆ ଖେଳ, ସର୍ବସ୍ବ ହରାଉଛନ୍ତି ଜୁଆଡି ହେଲେ ମାଲାମାଲ ହେଉଛି ପଶାପାଲି ମାଲିକ

Published By : Prameya-News7 Bureau | April 16, 2021 IST

ଚାନ୍ଦବାଲି ୧୬।୪: ଅପେରା ନାଁରେ ଚାଲିଛି ବେଧଡ଼କ ଜୁଆଖେଳ । ଯାତ୍ରା ଥାଏ ବାହାନା ହେଲେ ସାରାରାତି ଚାଲେ ଜୁଆ ଖେଳ । ଏମିତି ଜୁଆ ଖେଳ ଦେଖିବାକୁ ମିଳିଛି ଚାନ୍ଦବାଲି ଥାନା ଅନ୍ତର୍ଗତ କାଣ୍ଡଗରଡ଼ି ପଞ୍ଚାୟତ ମଧୁପୁର ଗାଁରେ ଓ ମୈସୁଧା ପଂଚାୟତ ସିଙ୍ଗିଡ଼ି ଗାଁରେ । ନାଁକୁ ମାତ୍ର ଅପେରା ପାର୍ଟିର ଯାତ୍ରା ଚାଲିଛି ହେଲେ ଏହାର ମୁଖ୍ୟ ଉଦ୍ଦ୍ୟେଶ ହେଉଛି ଜୁଆ ଖେଳ। ଏବେ ଚାନ୍ଦବାଲି ବ୍ଲକରେ ଛୋଟ ଛୋଟ ମାଳି ଅପେରା ପାର୍ଟିକୁ ମାଧ୍ୟମ କରି ଜୁଆଡ଼ି ମାଫିଆମାନେ ବେଧଡ଼କ ଜୁଆଖେଳ କରି ସ୍ଥାନୀୟ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଲୁଟିନେଉଛି । ଏଥିରେ ସର୍ବସ୍ବ ହରାଉଛି ଜୁଆଡ଼ି ହେଲେ ମାଲାମାଲ ହେଉଛି ପଶାପାଲିର ମାଲିକ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବଢ଼ି ଚାଲିଛି ଅପରାଧିକ ମାମଲା ସହ ଚୋରି ଡକାୟତି ଓ ରାହାଜାନି ସହ ବଢି ଚାଲିଛି ଘରୋଇ ହିଂସା ।

{"id":439168,"width":838,"height":471,"sizeSlug":"large","linkDestination":"none"}

ଚାନ୍ଦବାଲି ବ୍ଲକରେ ବିଶେଷ କରି ପୂଜା ପର୍ବାଣୀ ସମୟରେ ବେଧଡକ ଭାବେ ଚାଲିଥାଏ ଜୁଆ ଖେଳ। ଏବେ ନୂଆ ତରିକାରେ ଚାଲିଛି ଜୁଆ ଖେଳ । ଛୋଟ ଛୋଟ ମାଳି ଅପେରା ପାର୍ଟିକୁ ମାଧ୍ୟମ କରି ଜୁଆଡ଼ିମାନେ ଆପଣାଇଛି ନୁଆ ପନ୍ଥା । ମୁଖ୍ୟତଃ ଦେଖିବାକୁ ଗଲେ ଚାନ୍ଦବାଲି ଥାନା ଅଧିନରେ ରହିଛି ୬ଟି ପଞ୍ଚାୟତ (ବାଲିଗାଁ, ଭୁଇବୃତୀ, ମତୋ, ବିଜୟନଗର ଓରାସାହି ଓ କାଣ୍ଡଗରଡ଼ି) ଏବଂ ବାଂଶଡ଼ା ଥାନା ଅଧିନରେ ୭ଟି ପଂଚାୟତ (ଚଡ଼ଦିଆ, ନଳଗୋହିରା, ତୋଟପଡ଼ା, ଗୋପିନାଥପୁର, ଜଳେଶ୍ବରପୁର, ଯଶିପୁର, ମୈସୁଧା) ଆଦି ପଞ୍ଚାୟତ ମାନଙ୍କର ବିଶେଷ କରି ଜୁଆଡ଼ି ମାଫିଆଙ୍କ ଆଶ୍ରୟସ୍ଥଳୀ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.