ଦିଲ୍ଳୀ ବିଶ୍ବବିଦ୍ୟାଳୟ କୂଳପତି ଯୋଗେଶ ତ୍ୟାଗି ନିଲମ୍ବିତ

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮/୧୦: କର୍ମଚାରୀ ନିଯୁକ୍ତିରେ ହେରଫେର ଅଭିଯୋଗରେ ଦିଲ୍ଳୀ ବିଶ୍ବବିଦ୍ୟାଳୟ କୂଳପତିଙ୍କୁ ନିଳମ୍ବିତ କରାଯାଇଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଜଣାଇଛି।

ଏବେ କୂଳପତି ଯୋଗେଶ ତ୍ୟାଗିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହେବାକୁ ଥିବା ବେଳେ ସେ ପଦବୀରେ ରହିଲେ ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିପାରନ୍ତି ବୋଲି ଚିଠିରେ ଦର୍ଶାଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ପରବର୍ତ୍ତୀ ନିର୍ଦେଶ ମିଳିବା ପର୍ଯ୍ୟନ୍ତ ଯୋଗେଶ ତ୍ୟାଗି ନିଲମ୍ବିତ ରହିବେ। ଏବେ ପିସି ଯୋଶୀ କୂଳପତି ଦାୟୀତ୍ବ ନିଭାଇବେ ବୋଲି ଜଣାପଡ଼ିଛି।

ଗତ ସପ୍ତାହରେ ବିଶ୍ବବିଦ୍ୟାଳୟରେ ଦୁଇଟି ନିଯୁକ୍ତିକୁ ନେଇ ବିବାଦ ଉପୁଜିଥିଲା। ତାପରେ କୂଳପତିଙ୍କ ବିରୋଧରେ ଯାଞ୍ଜ ପ୍ରକ୍ରିୟା ଆରମ୍ଭ କରିବାକୁ ରାଷ୍ଟ୍ରପତିଙ୍କୁ ଅନୁମତି ମାଗିଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ତେବେ ରାଷ୍ଟ୍ରପତି ମଙ୍ଗଳବାର ରାତିରେ ଯାଞ୍ଚ ପାଇ ଅନୁମତି ଦେଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.