ଛାତ୍ରଙ୍କ ସାର୍ଟ-ପ୍ୟାଣ୍ଟ ଖୋଲି ନିର୍ଧୁମ ବାଡ଼େଇଲେ ପୋଲିସ, ପୁଣି ପ୍ରାଇଭେଟ୍ ପାର୍ଟରେ ପୁରେଇ ଦେଲେ ପ୍ଲାଷ୍ଟିକ ପାଇପ୍, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ୨|୯: ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରଙ୍କ ସାର୍ଟ-ପ୍ୟାଣ୍ଟ ଖୋଲି ପୋଲିସ ନିର୍ଧୁମ ବାଡ଼େଇଛି। ଘଟଣା ସାମ୍ନାକୁ ଆସିବା ପରେ ଥାନା ଅଧିକାରୀଙ୍କ ସମେତ ପାଞ୍ଚଜଣଙ୍କ ନାଁରେ ସେହି ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଡେପୁଟି କମିଶନର ବିଜୟନ୍ତା ଆରିୟା ଏହି ଘଟଣାର ତଦନ୍ତଭାର ଏସିପିଙ୍କୁ ଦେଇଛନ୍ତି।

ପୋଲିସ କହିବା ମୁତାବକ, ଓକିଲାତି ପାଠ୍ୟକ୍ରମର ତୃତୀୟ ବର୍ଷରେ ପାଠ ପଢ଼ୁଥିଲେ ପୀଡିତ ଛାତ୍ର। ପୀଡ଼ିତ ଛାତ୍ର କହିଛନ୍ତି ଯେ, ହାବିଲଦାର ମୋହନଲାଲ ଓ କନେଷ୍ଟବଳ ସତେନ୍ଦ୍ର ଉଭୟ ନିକଟରୁ ଅପହରଣ ମାମଲାରେ ସାଇ ମୋର୍ଟସ ପାଖରୁ ତାଙ୍କୁ ଗିରଫ କରିଥଲା। ସାଙ୍ଗରେ ଥିବା ପୀଡ଼ିତ ଛାତ୍ରଙ୍କ ଭଣଜାଙ୍କୁ ମଧ୍ୟ ସେମାନେ ଜୋର ଜବରଦସ୍ତ ଗିରଫ କରିଥିଲେ। ଘଟଣା ସଂପର୍କରେ ପରିବାର ଲୋକ ଥାନା ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କୁ ମଧ୍ୟ ପୋଲିସ ଅଟକ ରଖିଲା ବୋଲି ପୀଡ଼ିତ ଛାତ୍ର ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ମିଥ୍ୟା ମାମଲରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏଥସହ ତାଙ୍କୁ ନିବସ୍ତ୍ରକରି ନିର୍ଧୁମ ମାଡ ମଧ୍ୟ ତାଙ୍କୁ ମାରିିଥିଲା।ଏଥିସହ ତାଙ୍କ ପ୍ରାଇଭେଟ ପାର୍ଟରେ ପୋଲିସ ପ୍ଲାଷ୍ଟିକ୍ ପାଇପ ପୁରେଇ ଦେବା କଥା ମଧ୍ୟ ଛାତ୍ର ଜଣକ କହିଛନ୍ତି। ଏହିଭଳି ତାଙ୍କୁ ଶାରିରୀକ ନିର୍ଯାତନା ଦିଆଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଥାନାରୁ ବାହାରିବା ପରେ ସେ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ। ଘଟଣା ସଂପର୍କରେ ତାଙ୍କ ସାଙ୍ଗମାନଙ୍କୁ ସବୁ କଥା ସେ କହିଥିଲେ। ନ୍ୟାୟ ପାଇବା ପାଇଁ ପୀଡ଼ିତ ଛାତ୍ର ଓ ପରିବାର ଲୋକେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.