ଦିଲ୍ଲୀରେ ଭୀଷଣ ବର୍ଷା : ବୁଡିଗଲା ଡିଟିଏସ୍ ବସ୍, ସିଢି ଲଗାଇ ଯାତ୍ରୀଙ୍କୁ ଉଦ୍ଧାର କରାଗଲା

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ ୧୯/୦୭ : ରାଜଧାନୀ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି | ରବିବାର ସକାଳି ଦିଲ୍ଲୀ ଏନସିଆର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି | ବର୍ଷା ଯୋଗୁଁ ଲୋକଙ୍କୁ ଗରମରୁ ଟିକେ ଆଶ୍ବସ୍ତି ମିଳିଛି କିନ୍ତୁ ମୁଷଳଧାରା ବର୍ଷା ଯୋଗୁଁ ମିଣ୍ଟୋ ରୋଡ଼ ଅଞ୍ଚଳରେ ହୋଇଥିବା ଅଣ୍ଡରପାସରେ ପାଣି ଭର୍ତ୍ତି ହୋଇଯାଇଥିଲା | ଅଣ୍ଡରପାସ ଦେଇ ଯାଉଥିବା ଏକ ବସ ପାଣିରେ ବୁଡି ଯାଇଥିଲା | ବସ ଭିତରେ ପାଣି ଭର୍ତ୍ତି ହୋଇଯିବାରୁ ବସରେ ଥିବା ଯାତ୍ରୀ ବସ ଉପରକୁ ଚଢି ଯାଇଥିଲେ | ଯାତ୍ରୀଙ୍କୁ ସିଢି ସାହାଯ୍ୟରେ ଉଦ୍ଧାର କରାଯାଇଥିଲା |

{"id":302446,"sizeSlug":"large"}

ଦିଲ୍ଲୀରେ ବର୍ଷା ହେବାରୁ ଗରମରୁ ଆଶ୍ବସ୍ତି ମିଳିଛି ସତ କିନ୍ତୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି | ଯାହାଫଳରେ ଲୋକଙ୍କ ଗମନାଗମନରେ ନାନା ସମସ୍ୟା ଉପୁଜିଛି | ରାଜଧାନୀ ଆକାଶରେ ଏବେ ମଧ୍ୟ କଳା ବାଦଲ ଛାଇ ରହିଛି | ଆଗାମୀ କିଛି ଘଣ୍ଟା ମଧ୍ୟରେ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି | ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦିଲ୍ଲୀ ଏବଂ ଆଖପାଖ ରାଜ୍ୟ ପଞ୍ଜାବ ଓ ହରିୟାଣାରେ ରବିବାର ଠାରୁ ଲଗାତାର ବର୍ଷା ହେବାର ସମ୍ଭାବନା ରହିଛି | କାରଣ ମୌସୁମୀ ସାମାନ୍ୟ ସ୍ଥିତିକୁ ଆସିଥିବା ଅନୁମାନ କରାଯାଉଛି |

{"id":302447,"sizeSlug":"large"}

ସ୍କାଇମେଟ ୱେଦର ଅନୁଯାୟୀ, ଜୁଲାଇ ଆରମ୍ଭରୁ ଉତ୍ତରାଞ୍ଚଳରେ ହାଲୁକା ବର୍ଷା ହୋଇଛି କାରଣ ମୌସୁମୀ ଲଗାତାର ଗତି ବଡଲାଇଛି | ପାଣିପାଗ ସୂଚନା ଅନୁଯାୟୀ, ମୌସୁମୀ ଉତ୍ତର ଆଡକୁ ବଢିବ ଏବଂ ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ସ୍ଥିର ରହିବ | ଜୁଲାଇ ୧୯ ରୁ ୨୧ ତାରିଖ ଭିତରେ ଦିଲ୍ଲୀ, ହରିୟାଣା, ପଞ୍ଜାବରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି |

wp:core-embed/twitter {"url":"https://twitter.com/i/status/1284685880175685636","type":"rich","providerNameSlug":"twitter","className":""}
https://twitter.com/i/status/1284685880175685636
/wp:core-embed/twitter

ରାଜଧାନୀ ଦିଲ୍ଲୀର ଏକ ଅନେକ ଅଞ୍ଚଳ ଏବେ ମଧ୍ୟ ବର୍ଷାରୁ ବଞ୍ଚିତ ରହିଛି | ଆଗାମୀ ଦୁଇ ଦିନରେ ସହରର କିଛି ସ୍ଥାନରେ ହାଲୁକା ତଥା ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରିଛନ୍ତି | ସଫଦରଜଙ୍ଗ ଅଞ୍ଚଳରେ ୪୭.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସାମାନ୍ୟ ୧୦୯.୪ ମିମି ଠାରୁ ୫୬ ପ୍ରତିଶତ କମ | ସଫଦରଜଙ୍ଗ ବୈଧଶାଳା ସହର ପାଇଁ ପ୍ରତିନିଧି ତଥ୍ୟ ପ୍ରଦାନ କରିଥାଏ | ସଫଦରଜଙ୍ଗ ବୈଧଶାଳା ଶନିବାର ଦିନ ଉଚ୍ଚତମ ତାପମାତ୍ରା ସାମାନ୍ୟ ଠାରୁ ୩ ଡିଗ୍ରୀ ଅଧିକ ୩୬.୪ ଡିଗ୍ରୀ ସେଲସିଅସ ରେକର୍ଡ କରିଥିଲା | ଆର୍ଦ୍ରତା ସ୍ଥର ବୃଦ୍ଧି ପାଇ ୮୯ ପ୍ରତିଶତ ହୋଇଛି | ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ ଜୁଲାଇ ୨୫ ତାରିଖ ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.