ଦୁଃଖ : ବସଚାପାରେ କଟିଲା କରାଟେ ଚାମ୍ପିଅନ୍ ଛାତ୍ରୀଙ୍କ ଗୋଟିଏ ଗୋଡ଼

Published By : Prameya-News7 Bureau | June 04, 2019 IST

ନୋଏଡ଼ା ୪/୫: କରାଟେର ଜାତୀୟ ସ୍ତର ଖେଳ ପାଇଁ ସ୍ବପ୍ନ ଦେଖିଥିବା ବ୍ଲାକ୍ ବେଲ୍ଟ ଛାତ୍ରୀ ଲାରୀଙ୍କ ଉପରେ ଡିଟିସିର ବେଲଗାମ ବସ୍ ମାଡ଼ିଯିବାରୁ ତାଙ୍କ ଜୀବନ ବଞ୍ଚିଗଲା ସତ କିନ୍ତୁ ତାଙ୍କ ଗୋଟିଏ ଗୋଡ଼ କଟିଗଲା। ଏବେ ସେ ଶଯ୍ୟଶାୟୀ ହୋଇ ସ୍ବପ୍ନ ଭାଙ୍ଗିଯାଇଥିବାରୁ ଆଖିରୁ ଲୁହ ଗଡ଼ାଉଛନ୍ତି। ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ କରାଟେ ଟ୍ରେନିଙ୍ଗ୍ ଦେଉଥିବା ଲାରୀ ଆଉ କେବେ କରାଟେ ଖେଳିପାରିବେ କି ନାହିଁ ସନ୍ଦେହ। ତାଙ୍କର ଗୋଟିଏ ଗୋଡ଼ କଟା ହୋଇସାରିଛି। ମଇ ୨୨ତାରିଖରେ ଏକ ଡିଟିସି ବସ୍ ଏହି ଛାତ୍ରୀ ସ୍କୁଟିରେ ଯାଉଥିବାବେଳେ ଧକ୍କା ଦେଇଥିଲା। ଆର୍ଥିକ ଅବସ୍ଥା ଭଲ ଭଲ ନଥିବା ଲାରୀଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏଯାଏଁ କୈାଣସି ସହାୟତା ମିଳିନାହିଁ। ଏଥିପାଇଁ ପରିବାର ଲୋକେ ଗତକାଲି ଡିଏମ୍ କାର୍ଯ୍ୟାଳୟ ଏବଂ ନୋଏଡ଼ା ଷ୍ଟାଡିୟମ୍ ବାହାରେ ପ୍ରଦର୍ଶନ କରିଥିଲେ।

ଲାରୀଙ୍କ ପରିବାର ସେକ୍ଟର-୧୨ରେ ରୁହନ୍ତି। ରାଜକୀୟ ଇଣ୍ଟର କଲେଜରେ ଦ୍ବାଦଶ ଶ୍ରେଣୀର ଛାତ୍ରୀ ଏବଂ କରାଟେରେ ବ୍ଲକ ବେଲ୍ଟ ହାସଲ କରିଥିବା ଲାରୀ ପିଲାଙ୍କୁ କରାଟେ ଏବଂ ସେଲ୍ଫ ଡିଫେନ୍ସର ଟ୍ରେନିଙ୍ଗ୍ ମଧ୍ୟ ଦେଉଥିଲେ। ଏହା ସହିତ ଏହି ଦୁର୍ଘଟଣା ମଇ ୨୨ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ସେହି ଦିନ ଲାରୀ ସେକ୍ଟର-୬୨ରେ ଥିବା ମେପଲ ବିୟର ପ୍ଲେ ସ୍କୁଲର ପିଲାଙ୍କୁ ସେଲ୍ଫ ଡିଫେନ୍ସ ଟ୍ରେନିଙ୍ଗ୍ ଦେବାକୁ ଯାଇଥିଲେ।

ସେ ସ୍କୁଲରୁ ସ୍କୁଟିରେ ଘରକୁ ଫେରୁଥିଲେ। ସେ ଥାନା ପାଖରେ ପହଞ୍ଚିଥିବାବେଳେ ଡିଟିସି ବସ୍ ତାଙ୍କୁ ପଛରୁ ଧକ୍କା ମାରିଥିଲା। ଏହା ପରେ ବସ୍ ଚାପାରେ ତାଙ୍କର ଗୋଟିଏ ଗୋଡ଼ରେ ଗମ୍ଭୀର ଆଘାତ ଲାଗିଥିଲା। କିନ୍ତୁ ତୁରନ୍ତ କେହି ତାଙ୍କୁ ସାହାଯ୍ୟ କରିପାରିନଥିଲେ।

ଦୁର୍ଘଟଣା ପରେ ବସ୍ ଡ୍ରାଇଭର ତୁରନ୍ତ ବସ୍ ନେଇ ଫେରାର ହୋଇଯାଇଥିଲା ଏବଂ ସେଠାରେ ଉପସ୍ଥିତ ଥିବା ଲୋକେ ସାହାଯ୍ୟ କରିବା ପରିବର୍ତେ ଫଟୋ ଏବଂ ଭିଡିଓ କରିବାକୁ ଯଥାର୍ଥ ମଣିଥିଲେ। ପାଖାପାଖି ୧୫ମିନିଟ ପରେ ଜଣେ ମହିଳା ଛାତ୍ରୀଙ୍କୁ ଉଠାଇ ସେକ୍ଟର ୧୧ର ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଡାରେ ଚିକିତ୍ସା ପାଇଁ ୭/୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ । ସେଥିପାଇଁ ପରିବାର ଲୋକେ ତାଙ୍କୁ ଏମ୍ସ ଟ୍ରମା ସେଣ୍ଟର ନେି ଯାଇଥିଲେ। ଏହି ସମୟରେ ତାଙ୍କ ଗୋଡ଼ରେ ସଂକ୍ରମଣ ହୋଇ ସମଗ୍ର ଶରୀରକୁ ବ୍ୟାପିଥିଲା ଏଥିପାଇଁ ଡାକ୍ତରଙ୍କୁ ତାଙ୍କର ଗୋଟିଏ ଗୋଡ଼ କାଟିବାକୁ ପଡ଼ିଥିଲା।

{"id":119376,"width":595,"height":371}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.