Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଲେ ୩୦୧ ପୋଲିସ ଅଫିସର

31/01/2021 at 8:25 AM

କଟକ, ୩୧/୦୧: ପଦୋନ୍ନତି ପାଇଲେ ରାଜ୍ୟ ପୋଲିସ୍‌ ବାହିନୀରେ କାର୍ଯ୍ୟରତ ଥିବା ଇନ୍‌ଚାର୍ଜ ଡିଏସ୍‌ପି ଏବଂ ଆଉ କେତେ ଜଣ ଇନ୍ସପେକ୍ଟର । ସେମାନେ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଗୃହ ବିଭାଗ ପକ୍ଷରୁ ପୋଲିସ୍‌ ବାହିନୀରେ ଏମିତି ମୋଟ ୩୦୧ ଜଣଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ସୂଚନା ମିଳିଛି ।

ଏ ବାବଦରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ଡିଏସ୍‌ପିଙ୍କୁ ଖୁବ୍‌ଶୀଘ୍ର ଅବସ୍ଥାପିତ କରାଯିବ । ଏଥିଲାଗି ପୋଲିସ୍‌ ବାହିନୀରେ ଡିଏସ୍‌ପି ପାହ୍ୟାରେ ବଡ଼ଧରଣର ଅଦଳ ବଦଳ ପ୍ରକ୍ରିୟା ପାଇଁ ତାଲିକା ପ୍ରସ୍ତୁତ ହେଉଥିବାର ଖବର ଆସିଛି ଯ

ତେବେ ୨୦୧୭ରୁ ଇନଚାର୍ଜ ଡିଏସ୍‌ପି ଭାବେ ସାଢ଼େ ୩ ବର୍ଷରୁ ଅଧିକ ସମୟ ହେବ ରାଜ୍ୟ ପୋଲିସ୍‌ ବାହିନୀରେ ଦାୟିତ୍ୱ ନିର୍ବାହ କରିଆସୁଥିବା ପ୍ରାୟ ୩୦ ଜଣଙ୍କ ନାଁରେ ବିଭାଗୀୟ ପ୍ରୋସିଡିଙ୍ଗ୍‌ ରହିଛି । ତେଣୁ ସେମାନେ ନିୟମିତ ଡିଏସ୍‌ପି ହେବା ତଥା ଡିଏସ୍‌ପି ପଦୋନ୍ନତିରୁ ବାଦ୍‌ ପଡ଼ିଛନ୍ତି ।

   Related Posts