ଥଣ୍ଡାରେ ଥରୁଥିଲା ଭିକାରୀ ; ଡିଏସପି ଗାଡି ରଖି ଯାହା ଦେଖିଲେ ତାହା ତାଙ୍କୁ ଆବାକ କରିଦେଲା, ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | November 13, 2020 IST

ମଧ୍ୟପ୍ରଦେଶ ୧୩/୧୧ : ଅନେକ ସମୟରେ ଏମିତି ହୁଏ ଯେ ଆମେ ଆଗରେ ଦେଖୁଥିବା ଲୋକ ଭିକାରୀ ଭଳି ଦେଖାଯାଆନ୍ତି କିନ୍ତୁ ଅସଲରେ ସେ ଅନ୍ୟ କିଛି ବାହାରନ୍ତି । ନିକଟରେ ଏଭଳି ଆଶ୍ଚର୍ଯ୍ୟ କଲାଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଗ୍ବାଲିୟର ଅଞ୍ଚଳରେ  । ଶୀତରେ ଥରୁଥିବା ଜଣେ ଭିକାରୀଙ୍କୁ ଦେଖି ଜଣେ ପୋଲିସ ଅଫିସର ତାଙ୍କ ପାଖକୁ ଯାଇଥିଲେ । ତେବେ ପାଖକୁ ଯାଇ ସେ ଯାହା ଦେଖିଥିଲେ ତାହା ତାଙ୍କୁ କିଛି ସମୟ ପାଇଁ ଆବାକ କରିଦେଇଥିଲା । ଥଣ୍ଡାରେ ଥରୁଥିବା ଭିକାରୀଜଣକ ସେହି ପୋଲିସ ଅଫିସରଙ୍କ ବନ୍ଧୁ ଥିଲେ ଏବଂ ଦୁହେଁ ଗୋଟିଏ ବ୍ୟାଚରେ ଚାକିରି ପାଇଥିଲେ ।

{"id":361349,"sizeSlug":"large"}

ଘଟଣାଟି ଏପରି ଥିଲା, ଗ୍ବାଲିୟରରେ ଉପନିର୍ବାଚନ ମତଗଣନା ସରିବାପରେ ଡିଏସପି ରତ୍ନେଶ୍ ସିଂ ତୋମାରଏବଂ ବିଜୟ ସିଂ ଭଦୋରିଆ ଝାନସୀ ରୋଡରେ ଫେରୁଥିଲେ । ତେବେ ଉଭୟ ବଂନ୍ଦନ ବାଟିକା ଫୁଟପାଥ୍ ପାର ହେବା ସମୟରେ ଜଣେ ଭିକାରୀକୁ ଦେଖିବାକୁ ପାଇଥିଲେ । ଭିକାରୀ ଜଣକ ଶୀତରେ ଥରୁଥିଲା । ତାକୁ ଦେଖିବା ପ​‌ରେ ପୋଲିସ ଅଫିସର ଗାଡି ଅଟକାଇଥିଲେ ଏବଂ ତା ପାଖକୁ ଗଲେ । ତା ପରେ ଉଭୟ ସେହି ଭିକାରୀ ଜଣକୁ ସାହାଯ୍ୟ କଲେ । ରତ୍ନେଣ ସିଂ ତାଙ୍କର ଜୋତା ଏବଂ ବିଜୟ ସିଂ ତାଙ୍କର ପିନ୍ଧା ଜ୍ୟାକେଟକୁ ସେହି ଭକାରୀକୁ ଦେଲେ । ତେବେ ସେହି ଭିକାରୀ ଜଣକ ସହିତ କଥା ହେବା ପରେ ଯାହା ଶୁଣିଲେ ତାହା ତାଙ୍କୁ ଆବାକ୍ କରିଦେଇଥିଲା । ସେହି ଭିକାରୀ ଜଣକ ଆଉ କେହି ନୁହେଁ ବରଂ ତାଙ୍କରି ବ୍ୟାଚର ଜଣେ ଅଫିସର ଥିଲେ ।

{"id":361350,"sizeSlug":"large"}

ସେ ଅଫିସର ଜଣକ ଗତ ୧୦ ବର୍ଷ ହେଲା ଅସହାୟ ଅବସ୍ଥାରେ ବୁଲୁଥିଲେ । ସେ ଜଣେ ପୋଲିସ ଅଫିସର ଥିଲେ ଏବଂ ତାଙ୍କ ନାଁ ମନୀଷ ମିଶ୍ରା । କେବଳ ଏତିକି ନୁହେଁ ୧୯୯୯ ବ୍ୟାଚର ସେ ପୋଲିସ ଅଫିସର ଜଣକ ସାର୍ପ ସୁଟର ମଧ୍ୟ ଥିଲେ ଏବଂ ସେ ମଧ୍ୟପ୍ରଦେଶର ବିଭିନ୍ନ ଥାନାରେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ମନୀଷ ୨୦୦୫ ଯାଏଁ ପୋଲିସ ଚାକିରିରେ ଥିଲେ ଏବଂ ଶେଷ ସମୟରେ ସେ ଦତିଆରେ କାର୍ଯ୍ୟରତ ଥିଲେ । ଧିରେ ଧିରେ ତାଙ୍କର ମାନସିକ ସନ୍ତୁଳନ ବିଗିଡି ଗଲା ଏବଂ ପରିବାର ଲୋକେ ଚିକିତ୍ସା ପାଇଁ ନେଲେ ମଧ୍ୟ ସେ ଡାକ୍ତରଖାନାରୁ ଫେରାର ହୋଇଯାଉଥିଲେ ।  କିଛି ଦିନ ପରେ ମନୀଷ କେଉଁ ଆଡେ ଚାଲିଗଲେ ଯେ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ କିଛି ଖବର ପାଇନଥିଲେ  । ଧିରେ ଧିରେ ସେ ଭିକ୍ଷାବୃତି କରିବା ଆରମ୍ଭ କରିଦେଲେ ଏବଂ ଭିକ୍ଷାବୃତି କରୁକରୁ ପ୍ରାୟ ବର୍ଷ ଚାଲିଗଲା ।

{"id":361352,"sizeSlug":"large"}

ତେବେ ଅସହାୟ ଅବସ୍ଥାରେ ଦେଖିବା ପରେ ୨ ପୋଲିସ ବନ୍ଦୁ ପୁରୁଣା ସ୍ମୃତି ମନେପକାଇବାକୁ ଚେଷ୍ଟା କଲେ ଏବଂ ମନୀଷଙ୍କୁ ସାଙ୍ଗରେ ନେଇଯିବାକୁ ବାହାରିଲେ । କିନ୍ତୁ ସେ ଯିବାକୁ ରାଜି ହେଲେ ନାହିଁ । ଏହା ପରେ ମନୀଷଙ୍କୁ ଏକ ସମାଜସେବା ସଂସ୍ଥାକୁ ପଠାଇ ସେଠାରେ ତାଙ୍କ ଦେଖାଶୁଣା କରିବାର ବ୍ୟବସ୍ଥା କଲେ ପୋଲିସ ବନ୍ଧୁ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମନୀଷଙ୍କ ଭାଇ ମଧ୍ୟ ଜଣେ ପୋଲିସ ଅଫିସର ଏବଂ ତାଙ୍କ ବାପା ଜଣେ ଏଏସପି ଭାବେ ଅବସର ନେଇଥିଲେ । ସୂଚନା ଅନୁଯାୟୀ ମନୀଷଙ୍କ ଜଣେ ଭଉଣୀ କୌଣସି ଏକ ଦୂତାବାସରେ ଭଲ ପଦବୀରେ କାର୍ଯ୍ୟରତ  । ବର୍ତ୍ତମାନ ମନୀଷଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କର ଏହି ଦୁଃଖମୟ କାହାଣୀ ଯିଲ ବି ଶୁଣୁଛି ସେ ଚକିତ ହୋଇଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.