Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଘରେ କାମ ଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ DSP, ୪ ବର୍ଷ ପରେ ପୋଲ ଖୋଲିଲେ ପତ୍ନୀ

3/06/2021 at 5:42 PM

ପାଟନା ୦୩/ ୦୬ : ଆଇନର ରକ୍ଷକ ଯେବେ ଭକ୍ଷକ ସାଜେ ସେତେବେଳେ ସାଧାରଣ ଲୋକ ନ୍ୟାୟ ପାଇଁ କେଉଁଠିକୁ ଯିବ । କିନ୍ତୁ ଆଇନର ହାତ ଲମ୍ବା । ଦୀର୍ଘ ୪ ବର୍ଷ ପରେ ଜଣେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ମିଳିବାକୁ ଯାଉଛି ନ୍ୟାୟ । ଗୟା ପୋଲିସ ଷ୍ଟେସନର ପୂର୍ବତନ ଡିଏସପି ତଥା ବର୍ତ୍ତମାନ ସେଣ୍ଟ୍ରାଲ ସିଲେକ୍ସନ ବୋର୍ଡ ଅଫ୍‌ କନଷ୍ଟେବଲରେ ଓଏସଡି ଥିବା କମଳାକାନ୍ତ ପ୍ରସାଦଙ୍କ ନାଁ ଆସିଛି ଏହି ସାଂଘାତିକ ଅଭିଯୋଗ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପୋଲିସ ବାବୁଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ଖୋଦ ତାଙ୍କ ପତ୍ନୀ । କମଳାକାନ୍ତଙ୍କ ପତ୍ନୀ ତନୁଜା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ପାଟନାରେ ରହୁଥଲେ ଏବଂ ତାଙ୍କ ସ୍ବାମୀ ଗୟାରେ ରହୁଥିଲେ । ତେବେ ପତ୍ନୀଙ୍କ ପାଖରେ ରହି କାମ କରିବା ପାଇଁ ଜଣେ କାମବାଲୀ ଦରକାର ଥିବାରୁ ତନୁଜା, କମଳାକାନ୍ତଙ୍କୁ କହିଥିଲେ । ଏହା ପରେ କମଳାକାନ୍ତ ଜଣେ ନାବାଳିକାଙ୍କୁ ପାଟନା ପଠାଇବାକୁ କହି ନିଜ ବାସଭବନରେ ରଖି ଦୁଷ୍କର୍ମ କରିଥିଲେ । ତା ପର ଦିନ ସକାଳୁ ପୀଡିତା ନାବାଳିକାକୁ ପାଟନାରେ ରହୁଥିବା ପତ୍ନୀଙ୍କ ନିକଟକୁ ପଠାଇଥିଲେ ।

ଘଟଣା ସାମ୍ନାକୁ ଆସିବା ପରେ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଏଡିଜି ଅନିଲ କିଶୋର ଯାଦବଙ୍କ ନେତୃତ୍ବ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତନୁଜା ନିଜ ସ୍ବାମୀଙ୍କ ବିରୁଦ୍ଧରେ ପ୍ରମାଣ ମଧ୍ୟ ପୋଲିସକୁ ଦେଇଥିବା ସୂଚନା ମିଳିଛି । ଏହା ସହିତ କନଷ୍ଟେବଲ ନିଯୁକ୍ତିରେ କମଳାକାନ୍ତ ବ୍ୟାପକ ହେରଫେର କରିଥିବା ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପତ୍ନୀ ତନୁଜା ।
ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ପୋଲିସ ବାବୁ କମଳାକାନ୍ତ ପ୍ରସାଦଙ୍କ ବିରୁଦ୍ଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଥିବା ସୂଚନା ମିଳିଛି । ଅର୍ଥାତ ଯେକୌଣସି ମୂହୁର୍ତ୍ତରେ ପୋଲିସ ତାଙ୍କୁ ଗିରଫ କରିପାରେ ବୋଲି ତଦନ୍ତକାରୀ ଅଧିକାରୀ ଆଦିତ୍ୟ କୁମାର କହିଛନ୍ତି ।

   Related Posts