Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ ପାଇଁ କାମ କରୁଥିଲେ ଡିଏସପି ଦବିନ୍ଦର, ପାକିସ୍ତାନକୁ ଦେଉଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା

7/07/2020 at 8:31 AM

ଶ୍ରୀନଗର, ୦୭|୦୭:   ଜମ୍ମୁ-କାଶ୍ମୀର ପୋଲିସର ନିଲମ୍ବିତ ଡିଏସପି ଦବିନ୍ଦର ସିଂଙ୍କ ବାବଦରେ ଏକ ବଡ ପ୍ରମାଣ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ହାତରେ ଲାଗିଛି । ସୋମବାର କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଏନେଇ ଉଲ୍ଲେଖ ରହିଛି । ଏହି ଚାର୍ଜସିଟରେ ୬ଜଣଙ୍କ ନାଁ ସାମ୍ନାକୁ ଆସିଛି । ଗତ କିଛିବର୍ଷ ଧରି ଏହି ୬ଜଣ ଅନେକ ଆତଙ୍କବାଦୀ ଗତିବିଧିରେ ସାମିଲ ଥିଲେ ।

ଚାର୍ଜସିଟରେ କୁହାଯାଇଛି ଯେ, ଦବିନ୍ଦର ସିଂ ଦିଲ୍ଲୀରେ ପାକିସ୍ତାନ ଉଚ୍ଚାୟୁକ୍ତର କିଛି ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ । ସେ ସୋସିଆଲ ମିଡିଆରେ ହିଁ ଅଧିକାରୀଙ୍କ ସହ କଥା ହେଉଥିଲେ । ଏପରିକି ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହୁଦ୍ଦୀନକୁ ସେ ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିଲେ । ସେ ଏହି ଆତଙ୍କବାଦୀ ସଙ୍ଗଠନର ସୟଦ ନବୀଦ, ରଫି ଅହମ୍ମଦ ଓ ଇରଫାନ ଶପି ମୀରଙ୍କୁ ନିଜ କାରରେ ବସାଇ ସୁରକ୍ଷିତ ଭାବେ କାଶ୍ମୀରରୁ ବାହାରକୁ ନେଉଥିଲେ । କିନ୍ତୁ କୁଲଗାମରେ ପୋଲିସ ତାଙ୍କୁ ଗିରଫ କରିନେଇଥିଲା ।

ଚାର୍ଜସିଟରେ ଆହୁରି କୁହାଯାଇଛି ଯେ, ଇରଫାନ ଶଫି ମୀର ଓକିଲ ବୋଲି ନିଜକୁ ଦାବି କରୁଥିଲା । ସେ ପାକିସ୍ତାନର ଅନେକ ଅଧିକାରୀଙ୍କ ସହ ସମ୍ପର୍କରେ ରହିଥିଲା । ଜମ୍ମୁରେ ସେ ବିଭିନ୍ନ ଦେଶ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିଲା । ସମସ୍ତ ୬ ଅଭିଯୁକ୍ତ ହିଜବୁଲ ମୁଜାହୁଦ୍ଦୀନ ଓ ପାକିସ୍ତାନର ଶୀର୍ଷ ଅଧିକାରୀଙ୍କ ନିର୍ଦ୍ଦେଶରେ ଭାରତରେ ନିଜ ନେଟଓ୍ୱର୍କ ବିସ୍ତାର କରୁଥିଲେ । ଆହୁରି ମଧ୍ୟ ବଡ ଧରଣର ବିସ୍ଫୋରଣ ଷଡଯନ୍ତ୍ର ରଚୁଥିଲେ ।

ସୂଚନାଯୋଗ୍ୟ, ଦବିନ୍ଦରଙ୍କୁ ଜାନୁଆରୀ ୧୧ରେ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ବିଭିନ୍ନ ଆତଙ୍କବାଦୀ ଲିଙ୍କ୍‌ର ତଦନ୍ତ ଭାର ଜାନୁଆରୀ ୧୮ରେ ଏନଆଇଏ ହାତକୁ ନେଇଥିଲା ।

   Related Posts