ଡିଏସ୍‌ପି ଦବିନ୍ଦର ସିଂ ପୁଲଓ୍ୱାମା ଓ ସଂସଦ ଆକ୍ରମଣରେ ସାମିଲ୍‌ ନେଇ ଫିଟୁଛି ଗୁମର

Published By : Prameya-News7 Bureau | January 14, 2020 IST

ନୂଆଦିଲ୍ଲୀ ୧୪।୦୧  ଜାମ୍ମୁ କାଶ୍ମୀର ପୋଲିସର ଡିଏସ୍‌ପି ଦବିନ୍ଦର ସିଂଙ୍କ ଗିରଫ ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଏହି ଡିଏସ୍‌ପିଙ୍କ ସଂପର୍କ ଅଫଜଲ ଗୁରୁ ପର୍ଯ୍ୟନ୍ତ ଥିବା ଜଣାପଡିଛି ।

{"id":211295,"sizeSlug":"large"}

ଏପିରିକି ପୁଲୱାମା ଆତଙ୍କୀ ଆକ୍ରମଣ ଘଟଣାରେ ଦବିନ୍ଦରଙ୍କ ସଂପୃକ୍ତି ଥିବା ନେଇ ବି ଚର୍ଚ୍ଚା ଉଠିଲାଣି । ତାଙ୍କୁ ଘନଘନ ଜେରା ପରେ ଅନେକ ବିସ୍ଫୋରକ ତଥ୍ୟ ମିଳିଥିବା କୁହାଯାଉଛି । ସେପଟେ ଡିଏସ୍‌ପିଙ୍କ ଗିରଫ ପର ଏହାକୁ ନେଇ ରାଜନୈତିକ ବୟାନ ବାଜି ବି କମ୍‌ ନୁହେଁ । କଂଗ୍ରେସ ଓ ବିଜେପି ପରସ୍ପରକୁ ଘେରିଛନ୍ତି ।….

{"id":211296,"sizeSlug":"large"}

ଜାମ୍ମୁ କାଶ୍ମୀର ପୋଲିସର ଡିଏସ୍‌ପି ଦବିନ୍ଦର ସିଂହଙ୍କ ଗିରଫ ପରେ ଖୋଲୁଛି ଗୁମର । ଗୋଟିଏ ପରେ ଗୋଟିଏ କାରନାମା ଆସିବାରେ ଲାଗିଛି ପଦାକୁ ।

{"id":211297,"sizeSlug":"large"}

୩ ଦୁର୍ଦ୍ଦାନ୍ତ ହିଜିବୁଲ ଆତଙ୍କବାଦୀଙ୍କୁ ନିଜ ଘରେ ଆଶ୍ରୟ ଦେଇ ସେମାନଙ୍କୁ ଏକ କାର ଯୋଗେ ଦିଲ୍ଲୀ ନେଇ ଯାଉଥିବା ବେଳେ ଧରାପଡିଥିବା ଦବିନ୍ଦରଙ୍କ ସଂପୃକ୍ତି କୁଆଡେ ଅଫଜଲ ଗୁରୁ ପର୍ଯ୍ୟନ୍ତ ଥିଲା ବୋଲି କୁହାଯାଉଛି । ୨୦୦୧ ସଂସଦ ଆକ୍ରମଣରେ ଦବିନ୍ଦର ସିଂହଙ୍କ ଭୂମିକାକୁ ନେଇ ବି ପ୍ରଶ୍ନ ଉଠିଛି। ଅଫଜଲ୍  ଗୁରୁ ସହ ତାଙ୍କର କଣ ସଂପର୍କ ଥିଲା ଗୁଇନ୍ଦା ସଂସ୍ଥା ଏବଂ ସୁରକ୍ଷା ବାହିନୀର ଯୁଗ୍ମ ଟିମ୍  ଦ୍ବାରା ଜେରା ଚାଲିଛି

{"id":211299,"sizeSlug":"large"}

। ସେହିଭଳି ପୁଲୱାମା ଆକ୍ରମଣ ଘଟଣାରେ ତାଙ୍କର ସଂପୃକ୍ତି ଥିବା ନେଇ ବି ଚର୍ଚ୍ଚା ଜୋର ଧରିଲାଣି । ତାଙ୍କ ଘରେ ଗତ ଶନିବାର ଚଢାଉ ବେଳେ ଏ.କେ.୪୭ ରାଇଫଲ୍  ଏବଂ ୨ଟି ପିସ୍ତଲ ମିଳିଥିଲା ।

{"id":211300,"sizeSlug":"large"}

କଡ଼ା ସୁରକ୍ଷା ମଧ୍ୟରେ ରହୁଥିବା ଡିଏସ୍ ପି ତାଙ୍କ ଘରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ କେହି କିଛି ଜାଣି ପାରିନଥିଲେ କେମିତି ?  ଆଗକୁ ସାଧାରଣତନ୍ତ୍ର ଦିବସ ଥିବାବେଳେ ଆତଙ୍କବାଦୀମାନେ କିଛି ଷଡ଼ଯନ୍ତ୍ର କରିଥିଲେ କି  ?  ଯଦି ଏହା ସତ ତେବେ ଡିଏସ୍‌ପି ଦବିନ୍ଦରଙ୍କ କଣ ରୋଲ୍‌ ଥିଲା ? ସେପଟେ ଧରାପଡିବା ପରେ ଦବିନ୍ଦର କୁଆଡ଼େ ସଫେଇ ଦେଇଛନ୍ତି ଯେ ସେ ଏହି ଆତଙ୍କବାଦୀଙ୍କୁ ଦିଲ୍ଲୀରେ ଆତ୍ମସମର୍ପଣ ପାଇଁ ନେଉଥିଲେ । ଶ୍ରୀନଗରର ଇନ୍ଦିରା ନଗରରେ ଏକ ଘର ନିର୍ମାଣ କରୁଛନ୍ତି ଦବିନ୍ଦର । ଏହି ଘର ନିକଟରେ ରହିଛି ସେନାଘାଟି । ତଦନ୍ତକାରୀ ଟିମ୍ ସେହି ଘରେ ପହଞ୍ଚି ବି ତଦନ୍ତ କରିଛି ।

{"id":211301,"sizeSlug":"large"}

ସେପଟେ ଦବିନ୍ଦରଙ୍କ ଗିରଫ ପ୍ରସଙ୍ଗକୁ ନେଇ ରାଜନୀତି ବି ଜୋର ଧରିଲାଣି। ପୁଲୱାମା ଆତଙ୍କ ଘଟଣାର ଯା଼୍ଞ୍ଚ ପାଇଁ କଂଗ୍ରେସ ଦାବି କରିଛି ।  ଡିଏସପି ଦବିନ୍ଦରଙ୍କ ଜାତି ଧର୍ମକୁ ଆଧାର କରି କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କହିଛି ସେ ଯଦି ଜଣେ ଖାନ୍ ହୋଇଥାନ୍ତେ ହୁଏତ ସ୍ଥିତି କିଛି ଅଲଗା ହୋଇଥାନ୍ତା। କଂଗ୍ରେସ ଅଧିର ରଞ୍ଜନ ଚୌଧୁରୀଙ୍କ ଟ୍ବିଟ ପରେ ଏହାକୁ ନେଇ ତେଜିଛି ରାଜନୀତି। ତେବେ ଏହାର ଜବାବ ଦେଇଛି ବିଜେପି।  କହିଛି ହିନ୍ଦୁଙ୍କୁ ଆତଙ୍କୀ ଘୋଷଣା କରିବାକୁ ଚାହୁଁଛି କଂଗ୍ରେସ ।

ସେପଟେ ଦବିନ୍ଦର ସିଂହ ରାଷ୍ଟ୍ରପତି ପୋଲିସ ମେଡାଲରେ ସମ୍ମାନୀତ ହୋଇଥିବା ଖବରକୁ ଖଣ୍ଡନ କରିଛି କାଶ୍ମୀର ପୋଲିସ। ସେ କେବଳ ରାଜ୍ୟ ପୋଲିସ ପୁରସ୍କାର ପାଇଥିଲେ ବୋଲି କାଶ୍ମୀର ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.