ଆତଙ୍କବାଦୀ ଲିଙ୍କ୍‌ରେ ଡିଏସ୍‌ପି ଗିରଫ, ପାଇଥିଲେ ରାଷ୍ଟ୍ରପତି ପୁରସ୍କାର

Published By : Prameya-News7 Bureau | January 12, 2020 IST

ଶ୍ରୀନଗର ୧୨।୧: କଶ୍ମୀରର କୁଲଗାମ୍ ଜିଲ୍ଲାରେ ଜଣେ ପୋଲିସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ଦୁଇ ଜଣ ଆତଙ୍କବାଦୀ ଗିରଫ । ମୀର ବଜାର ନିକଟରୁ ଜାମ୍ମୁ-କାଶ୍ମୀର ପୋଲିସ ଏମାନଙ୍କୁ ଗିରଫ କରିଛି । ଆତଙ୍କୀ ଦୁଇ ଜଣ ହିଜବୁଲ ମୁଜାହିଦ୍ଦୀନ ଗ୍ରୁପର ବୋଲି ଜଣାପଡିଛି ।

{"id":210091,"sizeSlug":"large"}

ଡିଏସପି ସହ ତାଙ୍କ ମାରୁତି କାରରେ ଦୁଇ ଆତଙ୍କବାଦୀ ବସି ଯାଉଥିବା ବେଳେ ଜାତୀୟ ରାଜପଥର ମିର୍ ବଜାର ନିକଟରେ ପୋଲିସ ଓ ସେନାର ମିଳିତ ଅଭିଯାନରେ ଗିରଫ ହୋଇଛନ୍ତି । ପୋଲିସ ଗାଡ଼ିରୁ ୫ଟି ଗ୍ରେନେଡ୍ ଉଦ୍ଧାର କରିଛି । ଏହାଛଡ଼ା ଡିଏସପିଙ୍କ ଶ୍ରୀନଗର ସ୍ଥିତ ବାସଭବନରେ ଚଢ଼ାଉ କରାଯାଇ ଦୁଇଟି ଏକେ-୪୭ ରାଇଫଲ୍ ଉଦ୍ଧାର କରାଯାଇଛି ।

{"id":210092,"sizeSlug":"large"}

ଆତଙ୍କବାଦୀମାନଙ୍କ ସହ ଜଣେ ପୋଲିସ ଅଧିକାରୀ ଗିରଫ ହେବାରେ ଏହା ହେଉଛି ପ୍ରଥମ ଘଟଣା । ଗିରଫ ଡିଏସପି ଦବିନ୍ଦର ସିଂହ । ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଣ୍ଟି ହାଇଜାକିଂ ସ୍କ୍ବାର୍ଡରେ ସେ ନିୟୋଜିତ ଥିଲେ । ଗତ ଅଗଷ୍ଟ ୧୫ରେ ତାଙ୍କୁ ରାଷ୍ଟ୍ରପତି ପଦକ ମିଳିଥିଲା ।

{"id":210093,"sizeSlug":"large"}

ଦକ୍ଷିଣ କାଶ୍ମୀର ରେଞ୍ଜ୍ ଡିଆଜି ଅତୁଲ ଗୋଏଲଙ୍କ ସୂଚନା ଅନୁଯାୟୀ ଗିରଫ ହୋଇଥିବା ଦୁଇ ଆତଙ୍କୀ ହେଉଛନ୍ତି ମୋଷ୍ଟ ଓ୍ବାଣ୍ଟେଡ ହିଜବୁଲ କମାଣ୍ଡର ସୟେଦ ବାବୁ ଏବଂ ଅସିଫ୍ ରାଠୋର । ୨୦୧୭ରେ ଉଗ୍ରବାଦୀ ସଂଗଠନରେ ଯୋଗ ଦେଇଥିବା ସୟେଦ ବାବୁ ଟ୍ରକ୍ ଚାଳକ ଓ ସ୍ଥାନୀୟ ଲୋକମାନଙ୍କୁ ଆକ୍ରମଣ କରୁଥିଲା । ସେ ସୋପିଆନର ନାଜ୍ ନୀନ୍ ପୋରା ବାସିନ୍ଦା ଏବଂ ‘ଆଇଇଡି’ ବିଶେଷଜ୍ଞ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.