ସ୍ବାମୀ-ସ୍ତ୍ରୀଙ୍କ ବିବାହ ବିଚ୍ଛେଦର ମୁଖ୍ୟ କାରଣ ଡିଏସ୍‌ପି! ଶାରୀରିକ ସଂପର୍କ ରଖିବାକୁ ମହିଳା କନଷ୍ଟେବଳଙ୍କୁ କରୁଥିଲେ ବାଧ୍ୟ, ଉଠାଇ ନେଲା କଳାହାଣ୍ଡି ପୋଲିସ

Published By : Prameya-News7 Bureau | December 18, 2020 IST

କଳାହାଣ୍ଡି୧୭/୧୨: ବିବାହିତ ମହିଳା କନଷ୍ଟେବଳଙ୍କୁ ପ୍ରେମ କରି ଅଡୁଆରେ ଡିଏସ୍‌ପି। ରସିକିଆ ପୋଲିସ ଅଧିକାରୀ ଏବେ କଳାହାଣ୍ଡି ପୋଲିସ୍ କବଜାରେ।ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକଙ୍କୁ କଳାହାଣ୍ଡି ପୋଲିସ ଗିରଫ କରିଛି। ମହିଳା କନଷ୍ଟେବଳଙ୍କୁ ପ୍ରେମ ପ୍ରତାରଣା ପରେ ବ୍ଲାକମେଲିଂ ଅଭିଯୋଗ ନେଇ କେସିଙ୍ଗା ଥାନାରେ ମାମଲା ରୁଜୁ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାଥାଉକି ୨୦୦୯ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଅକ୍ଷୟ ନାୟକ କେସିଙ୍ଗା ଥାନାରେ ଏସଡିପିଓ ଭାବେ କାର୍ଯ୍ୟରତ ଥିବା ବେଳେ ମହିଳା କନଷ୍ଟେବଳଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ଉଭୟଙ୍କ ପ୍ରେମ ସଂପର୍କରେ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟଙ୍କ ମଧ୍ୟରେ ଚାଲିଥିବା ଚୋରା ପୀରତି ପରବର୍ତ୍ତୀ ସମୟରେ ସ୍ବାମୀ-ସ୍ତ୍ରୀଙ୍କ ବିବାହ ବିଚ୍ଛେଦର ମୁଖ୍ୟ କାରଣ ପାଲଟିଥିଲା। ପୋଲିସ ଅଧିକାରୀ ଅକ୍ଷୟ ମହିଳାଙ୍କୁ ମନ୍ଦିରରେ ବିବାହ କରିଥିବା ସେ ଦାବି କରୁଛନ୍ତି। ହେଲେ କେସିଙ୍ଗା ଥାନାରୁ ବଦଳିହେବା ପରେ ତାଙ୍କୁ  ଭରଣପୋଷଣ ଦେଇ ନ ସେ ଅଭିଯୋଗ କରିଛନ୍ତି। ଏପରି କି ଶାରିରୀକ ସଂପର୍କ ରଖିବାକୁ ଚାପ ପ୍ରୟୋଗ କରି ଆସୁଥିବା ମହିଳା ଜଣଙ୍କ କହିଛନ୍ତି।

 ସେ ତାଙ୍କ କଥାରେ ରାଜି ନ ହେବାରୁ ତାଙ୍କୁ ମାଡପିଟ କରିବା ସହ ତାଙ୍କ ସୋସିଆଲ ସାଇଡ୍‌ ଫେସବୁକରେ ଫଟୋ ଏଡିଟ୍‌ କରି ପୋଷ୍ଟ କରିଥିବା ମହିଳା ଥାନାରେ ଅଭିଯୋଗ କରିଥିଲେ।ଏହି ଘଟଣାକୁ ନେଇ  ଡିଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ସଂପୃକ୍ତ ଡିଏସ୍‌ପିଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.