ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18/01/2021 at 3:57 PM

କଟକ ୧୮।୧: ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ । ବଡ ଭାଇ ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗୀର ଓ ସାନ ଭାଇ ସୁଶୀଲ ଧଳସାମନ୍ତକୁ ବାଲେଶ୍ବର ଜେଲରୁ ଆଣି କଟକ ଏସଡିଜେଏମ କୋର୍ଟରେ ହାଜର କରାଇଛି କମିଶନରେଟ୍ ପୋଲିସ ।
ଧଳ ସାମନ୍ତ ସହଯୋଗୀକୁ ଗିରଫ କରିବା ସମୟରେ ତାଙ୍କ ନିକଟରୁ ଜବତ ହୋଇଥିବା ବେଆଇନ ବନ୍ଧୁକ ରଖିବା ଘଟଣାରେ ଉଭୟ ଭ୍ରାତାକ ନାଁରେ ମାମଲା ରୁଜୁ କରିଥିଲା କମିଶନରେଟ୍ ପୋଲିସ । ସେହି ମାମଲାର ଉଭୟ ଭାଇଙ୍କୁ କୋର୍ଟରେ ହାଜର କରାଇଛି ପୋଲିସ । ତେବେ ଗତ ଅଗଷ୍ଟ ମାସ ୧୧ ତାରିଖରେ ଧଳ ସାମନ୍ତ ବ୍ରଦର୍ସଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । କୋର୍ଟରେ ହାଜର ପରେ ପୁଣି ଦୁଇ ଭାଇଙ୍କୁ ବଲାଙ୍ଗୀର ଓ ବାଲେଶ୍ବର ଜେଲକୁ ପଠାଇ ଦେଇଛି ପୋଲିସ ।
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021