Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଏଭଳି ହାତ ଧୁଅନ୍ତୁ, ରହିବ ନାହିଁ କରୋନା ଡ଼ର: ହାତ ମଧ୍ୟ ହରାଇବନି ଚମକ, ହେବନି ଶୁଖିଲା

23/03/2020 at 6:40 PM

ନୂଆଦିଲ୍ଲୀ ୨୩/୩: ସମଗ୍ର ବିଶ୍ବରେ କରୋନା ଭାଇରସର ପ୍ରାର୍ଦୁଭାବ ଦିନକୁ ଦିନ ବଢ଼ି ଚାଲିଛି। କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଲୋକେ ଘରେ ଏବଂ ନିଜ ଆଖପାଖ ପରିବେଶକୁ ସଫା ସୁତୁରା ରଖୁଛନ୍ତି। ଡାକ୍ତରଙ୍କ ତରଫରୁ ଜାରି କରାଯାଇଥିବା ନିର୍ଦେଶ ଅନୁସାରେ ଲୋକେ ହାତକୁ ସାବୁନ ଏବଂ ପାଣିରେ ଭଲ ଭାବେ ଧୋଉଛନ୍ତି ଯାହା କରିବା ଦ୍ବାରା ଭାଇରସ୍ ବ୍ୟାପିବ ନାହିଁ।

ବାରମ୍ବାର ହାତକୁ ସାବୁନ,ପାଣି ଏବଂ ସାନିଟାଇଜରରେ କ୍ଲିନ୍ କରିବା ଯୋଗୁଁ ଅନେକ ଲୋକଙ୍କର ହାତ ରୁକ୍ଷ,କୁଣ୍ଡିଆ ଭଳି ସମସ୍ୟା ହେଉଛି। ଯଦି ଆପଣଙ୍କୁ ମଧ୍ୟ ଏପରି ସମସ୍ୟା ହେଉଛି ତେବେ ଆପଣ ଘରୋଇ ଉପାୟ ଦ୍ବାରା ଏହାକୁ ଠିକ୍ କରି ପାରିବେ।

୧. ତେଲରେ କରନ୍ତୁ ମସାଜ : ଅନେକ ଥର ହାତରେ ସାବୁନ ଏବଂ ପାଣି ଲାଗିବା କାରଣରୁ ହାତ ରୁକ୍ଷ ହୋଇ ଯାଇଥାଏ। ଏପରି କ୍ଷେତ୍ରରେ ହାତକୁ ସାବୁନ ଏବଂ ପାଣିରେ ଧୋଇବା ପରେ ତେଲ ଦ୍ବାରା ହାତକୁ ୨ମିନିଟ୍ ଯାଏଁ ମସାଜ କରନ୍ତୁ। ମସାଜ କରିବା ପାଇଁ ଆପଣ ହାତରେ ନଡ଼ିଆ ତେଲ,ସୋରିଷ ତେଲ ବ୍ୟବହାର କରି ପାରିବେ।

୨. ବ୍ୟବହାର କରି ପାରନ୍ତି ଲହୁଣି : ଅନେକ ଲୋକ ନିଜ ତ୍ବଚାରେ ତେଲ ଲଗାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଚାହିଁଲେ ହାତରେ ଲହୁଣି ଲଗାଇ ପାରିବେ। କ୍ଷୀରରୁ ବାହାରୁଥିବା ଲହୁଣିକୁ ହାତରେ ଘଷିଲେ ହାତ ମୁଲାୟମ ହୋଇପାରେ। ଲହୁଣି ଘଷିଲେ ହାତ ନରମ ଏବଂ ହାତକୁ ପୋଷକ ମିଳିଥାଏ ଏହା ସହିତ ହାତର ତ୍ବଚା ମଧ୍ୟ ଗ୍ଲୋ କରିଥାଏ।

୩.ଗ୍ଲିସେରିନ୍ ଏବଂ ଗୋଲାପ ଜଳ : ହାତକୁ ନରମ ଏବଂ ମୁଲାୟମ କରିବା ପାଇଁ ଆପଣ ୧ଚାମଚ ଗୋଲାପ ଜଳରେ ଗ୍ଲିସେରିନର କିଛି ବୁନ୍ଦାକୁ ମିକ୍ସ କରି ଲଗାଇ ପାରିବେ। ନିୟମିତ ଭାବେ ଗ୍ଳିସେରିନ୍ ଏବଂ ଗୋଲାପ ଜଳ ବ୍ୟବହାର କରିବା ଦ୍ବାରା ହାତ ମୁଲାୟମ ହେବ।

 ୪.ବଡି ଲୋସନ କିମ୍ବା କ୍ରିମ୍ : ଯଦି ଆପଣ କୌଣସି କ୍ରିମ୍ କିମ୍ବା ବଡି ଲୋସନ ବ୍ୟବହାର କରୁଛନ୍ତି ତେବେ ହାତକୁ ସାବୁନ ଏବଂ ପାଣିରେ ଧୋଇବା ପରେ ଏହାକୁ ଲଗାଇ ପାରିବେ। ଯଦି ଆପଣ ନିଜ ହାତରେ ବାରମ୍ବାର କ୍ରିମ୍ ଏବଂ ବଡି ଲୋସନ୍ ବ୍ୟବହାର କରିବାକୁ ଚାହୁଁନାହାନ୍ତି ତେବେ ରାତିରେ ଶୋଇବାବେଳେ ଏହାକୁ ହାତରେ ଲଗାଇ ପାରିବେ। ଏହା ଦ୍ବାରା ତ୍ବଚା ମୁଲାୟମ ହେବ।

   Related Posts