Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଦୀପାବଳି ପୂର୍ବରୁ ଶସ୍ତା ହେଲା କାଜୁ,ପେସ୍ତା ବାଦାମ ଓ କିସ୍‌ମିସ୍

2/11/2020 at 3:23 PM

ନୂଆଦିଲ୍ଲୀ ୦୨/୧୧ : କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଫଳ, ପନିପରିବା, ଡାଲି ଆଦି ସହ ଡ୍ରାଏ ଫ୍ରୁଟ୍ସ ଦାମ ମଧ୍ୟ ବୃଦ୍ଧି ପାଇଛି। ଫଳରେ ଡ୍ରାଏ ଫ୍ରୁଟ୍ସ ବଜାର ମାନ୍ଦା ପଡିଯାଇଛି। ଅନେକ ବର୍ଷ ପରେ ଡ୍ରାଏ ଫ୍ରୁଟ୍ସ ବଜାର ମାନ୍ଦା ପଡିଥିବା ବ୍ୟବସାୟୀ କହିଛନ୍ତି। ତେବେ କିଛି ଦିନ ପରେ ସ୍ଥିତି ପୁଣି ପୂର୍ବ ଭଳି ହୋଇଯିବ। ଦିଲ୍ଲୀ ସରକାର ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ବିବାହ ସମାରୋହରେ ଅତିଥିଙ୍କ ସାମିଲ ଉପରୁ କଟକଣା କୋହଳ କରାଯାଇଛି। ଖୋଲା ପଡିଆରେ ଅନଲିମିଟେଡ୍ ଅତିଥି ଯୋଗ ଦେଇପାରିବେ। ଯେଉଁଥିପାଇଁ ଡ୍ରାଏ ଫ୍ରୁଟ୍ସ ବଜାରରେ ଖୁସି ଲହର ଦେଖିବାକୁ ମିଳିଛି।

ଦିଲ୍ଲୀରେ ଅନେକ ପିଢ଼ି ଧରି ଡ୍ରାଏ ଫ୍ରୁଟ୍ସ ବ୍ୟବସାୟ କରୁଥିବା ରାଜୀବ ବାତ୍ରା କହିଛନ୍ତି ଯେ ଲକଡାଉନ୍ ପୂର୍ବରୁ ଡ୍ରାଏ ଫ୍ରୁଟ୍ସ ୨୦ ପ୍ରତିଶତ ମହଙ୍ଗା ହୋଇଥିଲା। ଏହି ସମୟରେ ପୁରୁଣା ଫସଲ ସାରିବାକୁ ଆସିଥାଏ ଏବଂ ନୂଆ ଫସଲ ଆସିଥାଏ। କିନ୍ତୁ ଲକଡାଉନ୍ ପରେ ଡ୍ରାଏ ଫ୍ରୁଟ୍ସ ଦାମ୍ କମିବା ଆରମ୍ଭ ହୋଇଥିଲା। ଗ୍ରାହକଙ୍କ ମଧ୍ୟରେ ଚାହିଦା ହ୍ରାସ ପାଇବା ଏବଂ ଗୋଦାମମାନଙ୍କରେ ମାଲ ପଡି ରହିଥିବାରୁ ଦାମ୍ ହ୍ରାସ ପାଇଛି। କିନ୍ତୁ ସାଧାରଣତଃ ଦୀପାବଳି ସମୟରେ ଡ୍ରାଏ ଫ୍ରୁଟସ ଦାମ୍ ବୃଦ୍ଧି ପାଇଥାଏ। କିନ୍ତୁ ଚଳିତ ବର୍ଷ ଓଲଟା ହୋଇଛି। ଦାମ୍ ବୃଦ୍ଧି ପାଇବା ବଦଳରେ ହ୍ରାସ ପାଇଛି।

୧୫ ଦିନ ପୂର୍ବରୁ ଆମେରିକୀୟ ବାଦାମ୍ କିଲୋ ପ୍ରତି ୫୨୦ ଟଙ୍କାରୁ ୫୮୦ ହୋଇଛି। ବର୍ତ୍ତମାନ ଏହା କିଲୋ ପ୍ରତି ୫୦୦ ରୁ ୫୫୦ ଟଙ୍କାରେ ବିକ୍ରି ହେଉଛି। ୧୫ ଦିନ ପୂର୍ବରୁ କାଜୁ କିଲୋ ପ୍ରତି ୬୬୦ ରୁ ୭୧୦ ଥିଲା। ବର୍ତ୍ତମାନ ଏହା କିଲୋ ପ୍ରତି ୬୩୫ ରୁ ୭୦୦ ଟଙ୍କା ରହିଛି। ୧୫ ଦିନ ପୂର୍ବରୁ କିସମିସ୍ କିଲୋ ପ୍ରତି ୨୦୦ ରୁ ୨୩୦ ଟଙ୍କାରେ ବିକ୍ରି ହେଉଥିଲା। ବର୍ତ୍ତମାନ କିସମିସ୍ କିଲୋ ପ୍ରତି ୧୦ରୁ ୧୫ ଟଙ୍କା ହ୍ରାସ ପାଇଛି।

ନୂଆ ଫସଲ ପେସ୍ତା ବାଦାମ ବଜାରକୁ କେବେ ଆସିବ ବ୍ୟବସାୟୀ ଠିକ ଭାବେ ଜାଣିନାହାନ୍ତି। ସେଥିପାଇଁ ପେସ୍ତା ବାଦାମ ଦାମ୍ ବଜାରରେ ୨୦ ରୁ ୨୫ ଟଙ୍କାର ସାମାନ୍ୟ ଅନ୍ତରରେ ବିକ୍ରି ହେଉଛି। ଏହି ଅନ୍ତର କେତେବେଳେ ୧୧୫୦ ହୋଇଥାଏ ତ ପୁଣି କେତେବେଳେ ୧୧୭୦ ହୋଇଥାଏ। ଅଖରୋଟ୍ କିଲୋ ପ୍ରତି ୭୫୦ ରୁ ୮୦୦ ଟଙ୍କାରେ ବିକ୍ରି ହେଉଛି। ଶୀତ ଋତୁରେ ଅଖରୋଟର ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ।

   Related Posts