Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପାର୍ବଣ ପୂର୍ବରୁ ଶସ୍ତା ହେଲା କାଜୁ, କିସମିସ, ବାଦାମ, ଜାଣନ୍ତୁ କ’ଣ ରହିଛି ମୂଲ୍ୟ

23/10/2020 at 11:05 AM

ନୂଆଦିଲ୍ଲୀ ୨୩/୧୦: ଦଶହରା, ଦୀପାବଳି ଆସିବା ମାତ୍ରେ କାଜୁ, ବାଦାମ ଓ କିସମିସ ମହଙ୍ଗା ହୋଇଥାଏ। ମାତ୍ର ଏଥା ପାର୍ବଣ ଋତୁରେ ଡ୍ରାଏ ଫ୍ରୁଟ୍ସ ଶସ୍ତା ହୋଇଯାଇଛି। କରୋନା ଭାଇରସ ଯୋଗୁ ଏସବୁର ଚାହିଦା କମିଛି। ସାଧାରଣତଃ ପାର୍ବଣରେ ଏ ସବୁର ଚାହିଦା ଅଧିକ ଥିବା ବେଳେ ନବରାତ୍ରି, ଦଶହରାରେ ଗ୍ରାହକ ଏସବୁ ଦୋକାନ ଠାରୁ ଦୂରରେ ରହିଛନ୍ତି।

ଏ ବର୍ଷ ଜାନୁଆରୀ ଓ ଅକ୍ଟୋବର ମଧ୍ୟରେ ଡ୍ରାଏ ଫ୍ରୁଟ୍ସ ମୂଲ୍ୟ କ୍ରମାଗତ ହ୍ରାସ ପାଇଛି। ଜାନୁଆରିରେ କାଜୁ କିଲୋ ପ୍ରତି ୮୦୦ ଟଙ୍କାରେ ବିକ୍ରି ହେଉଥିଲା ମାତ୍ର ଅକ୍ଟୋବରରେ ଏହାର ମୂଲ୍ୟ ହ୍ରାସ ପାଇଁ ୬୫୦ ଟଙ୍କା ପାଖାପାଖି ପହଞ୍ଚିଲା। ସେହିପରି କିସମିସ ଦାମ କିଲୋ ପ୍ରତି ୨୪୦ରୁ କମ୍ ହୋଇ ୨୨୦ରେ ପହଞ୍ଚିଛି। ଖଜୁରି ୩୦୦ ଟଙ୍କା ପ୍ରତି କିଲୋ ଜାନୁଆରିରେ ବିକ୍ରି ହେଉଥିଲା ଅକ୍ଟୋବରରେ ୨୮୦ ଟଙ୍କାରେ ପହଞ୍ଚିଛି।

ଅନ୍ୟପଟେ ଅଖରୋଟ ୮୫୦ ଟଙ୍କା ପ୍ରତି କିଲୋ ବିକ୍ରି ହେଉ ଥିବା ବେଳେ ଅକ୍ଟୋବରରେ ଏହା କିଲୋ ପ୍ରତି ୬୦୦ ଟଙ୍କାକୁ ଖସିଛି। ବାଦାମ ମଧ୍ୟ ଜାନୁଆରିରେ ୬୫୦ ଟଙ୍କା ବିକ୍ରି ହେଉ ଥିଲା ଓ ଅକ୍ଟୋବରରେ ୫୯୦ ଟଙ୍କାରେ ପହଞ୍ଚିଛି। କୁହାଯାଉଛି ଆଗାମୀ ସମୟରେ ଏ ସବୁର ଦାମ ଆହୁରି କମିଯାଇପାରେ।

   Related Posts