Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶୁଖୁଆକୁ ସାବଧାନ୍‌ ଶୁଖୁଆ ନାଁରେ ବିକ୍ରି ହେଉଛି ବିଷ , ଖାଇଲେ ହେଉଛି କ୍ୟାନସର

ପାରାଦୀପ/ବାଲେଶ୍ୱର ୧୩।୦୨ – କେବଳ ଗରିବ କାହିଁକି ଶୁଖୁଆ ପ୍ରତି ଅନେକ ବଡ଼ ବଡ଼ ଲୋକଙ୍କର ବି ଦୁର୍ବଳତା ରହିଛି । ଏମିତି ବି ଲୋକ ଅଛନ୍ତି ଭଲ ଶୁଖୁଆ ଖଣ୍ଡେ ପାଇଗଲେ ମାଛ, ମଟନ, ଚିକେନ୍‌କୁ ବି ଆଡ଼େଇ ଦିଅନ୍ତି ।

ଆମ ରାଜ୍ୟରେ ଶୁଖୁଆର ଡିମାଣ୍ଡକୁ ଦେଖି ପାରାଦୀପ ଠାରୁ ପୁରୀ, ବାଣପୁରରୁ ବାଲେଶ୍ବର ସବୁଠି ମତ୍ସଜୀବୀମାନେ ପ୍ରଚୁର ପରିମାଣରେ ଶୁଖୁଆ ପ୍ରସ୍ତୁତ କରିଥାନ୍ତି । ହେଲେ ଏଇ ଶୁଖୁଆ ଯେ, ଆମ ସ୍ବାସ୍ଥ୍ୟ ପାଇଁ କେତେ ହାନୀକାରକ ତାହା ହୁଏତ ଅନେକ ଜାଣିନାହାନ୍ତି ।

ଶୁଖୁଆ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଫର୍ମାଲିନ୍‌ ଓ ବିଭିନ୍ନ ରାସାୟନିକ ପଦାର୍ଥ କ୍ୟାନସର ଭଳି ରୋଗ ସୃଷ୍ଟି କରୁଛି । ଯାହାର ପର୍ଦ୍ଦାଫାସ କରିବା ସହ ଜନସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା ନ୍ୟୁଜ୍‌ 7 । ….

ଶୁଖୁଆକୁ ସାବଧାନ୍‌ । ଶୁଖୁଆ ନାଁରେ ବିକ୍ରି ହେଉଛି ବିଷ । ଶୁଖୁଆ ଖାଇଲେ ହେଉଛି କ୍ୟାନସର । ନ୍ୟୁଜ୍‌ 7 ଷ୍ଟିଙ୍ଗ ଅପରେସନରେ ଧରାପଡ଼ିଛି ଏହି ସାଂଘାତିକ ସତ ।

କେମିତି ଶୁଖୁଆରେ ମିଶାଯାଉଛି ରସାୟନିକ ଫର୍ମାଲିନ୍‌ । ଯେଉଁ ଫର୍ମାଲିନକୁ ଶୁଖୁଆ ପ୍ରସ୍ତୁତକାରୀ ହାତରେ ଗୋଳାଇବାକୁ ବି ଭୟ କରୁଛନ୍ତି, ସେଇ ଫର୍ମାଲିନ୍‌ ମିଶା ଶୁଖୁଆକୁ ବଜାରରୁ କିଣି ଖାଉଛନ୍ତି ଲୋକେ । ଆଗ କାଳରେ ମତ୍ସଜୀବୀମାନେ ମାଛରେ କେବଳ ଲୁଣ ଗୋଳାଇ ଖରାରେ ଶୁଖାଇ ଶୁଖୁଆ ପ୍ରସ୍ତୁତ କରୁଥିଲେ ।

ହେଲେ ଏବେ ଶୁଖୁଆର ଡିମାଣ୍ଡକୁ ଦେଖି ବେପାର ପାଇଁ ମାଛକୁ ଖରାରେ ଅଳ୍ପ ସମୟ ଶୁଖାଇବା ପରେ ଏଥିରେ ଫର୍ମାଲିନ୍‌ ଭଳି କେମିକାଲ ଦିଆଯାଉଛି । ଆଉ କେମିକାଲ ଦେବାର ୨ଘଣ୍ଟା ଭିତରେ ବଜାରକୁ ଛାଡ଼ିବାକୁ ପ୍ରସ୍ତୁତ ହୋଉଯାଉଛି ଶୁଖୁଆ ।

ଶୁଖୁଆରେ କେବଳ ଫର୍ମାଲିନ୍‌ କାହିଁକି ଏହାକୁ ଅନେକ ଦିନ ଧରି ତାଜା ରଖିବାକୁ ଆହୁରି ଅନେକ ପ୍ରକାରର କେମିକାଲ୍‌ ବ୍ୟବହାର କରାଯାଉଛି । ଯାହାକୁ ଖାଇବା ଦ୍ବାରା ମଣିଷ ଶରୀରରେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗ ସୃଷ୍ଟି ହେଉଛି ।  ଯାହାକୁ ଡାକ୍ତରମାନେ ମଧ୍ୟ ସ୍ବିକାର କରୁଛନ୍ତି ।

ଲୁଣ-ପାଣି ସହ ଫର୍ମାଲିନ୍‌ । ଶୁଖୁଆ ପ୍ରସ୍ତୁତିରେ ଏ ସାଂଘାତିକ ଚିତ୍ର ଆମ ନଜରକୁ ଆସିବା ପରେ ସାଧାରଣ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରିଛି ନ୍ୟୁଜ୍‌ 7 । ଷ୍ଟିଙ୍ଗ୍‌ ଅପରେସନ କରି ଆପଣମାନଙ୍କ ସାମ୍ନାରେ ପୂରା ପ୍ରମାଣ ରଖିଛୁ ଆମେ ।  ତେଣୁ ଆପଣ ବି ହୋଇଯାଆନ୍ତୁ,  ଶୁଖୁଆ ପ୍ରତି ସାବଧାନ ।

   Related Posts