ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ : ରାସ୍ତାରେ ପିଲାଙ୍କୁ ଆଣ୍ଠେଇ ଦେଲେ ଶିକ୍ଷକ

Published By : Prameya-News7 Bureau | December 05, 2019 IST

ଯାଜପୁର ୫/୧୨: ଜଣେ ମଦ୍ୟପ ଶିକ୍ଷକ ରାସ୍ତାରେ ପିଲାଙ୍କୁ ଆଣ୍ଠେଇ ଦେଇଛନ୍ତି। ମାତାଲ ଅବସ୍ଥାରେ ପିଲାଙ୍କ ସହ ଫଟୋ ପୋଜ ମଧ୍ୟ ଦେଇଛନ୍ତି ଶିକ୍ଷକ।ସେ ହେଉଛନ୍ତି ସୁକିନ୍ଦା ଲେମ୍ବୋ ଗ୍ରାପ ଅନ୍ତର୍ଗତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମକରନ୍ଦ ମହାନ୍ତ। ପୂର୍ବରୁ ମଧ୍ୟ ଶିକ୍ଷକ ଜଣକ ଏଭଳି ମଦ ପିଇ ସ୍କୁଲ ଆସିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

{"id":194174,"sizeSlug":"large"}

ପୂର୍ବରୁ ମଧ୍ୟ ଉକ୍ତ ଶିକ୍ଷକ  ଏଭଳି ଅନେକ ଥର ମଦ ପିଇ ସ୍କୁଲ ଆସିବାବେଳେ ଗ୍ରାମବାସୀ ବିରୋଧ କରିଛନ୍ତି।ବଡ଼ମ୍ବାର ଗ୍ରାମବାସୀ  ଶିକ୍ଷକଙ୍କୁ ଏ ସବୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ ହେଁ ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପଡା କାଠ ଆଧାରରେ ଶିକ୍ଷକଙ୍କ ସ୍ଵଭାବରେ କୌଣସି ପରିବର୍ତ୍ତନ ଆସିନଥିଲା।

{"id":194146,"sizeSlug":"large"}

ତେବେ ଚଳିତ ସପ୍ତାହରେ ପୁନଶ୍ଚ ଶିକ୍ଷକ  ମଦ୍ୟପାନ କରି ନିଜ ଗାଡି ରାସ୍ତାରେ ପକାଇ ପିଲାମାନଙ୍କୁ ଆଣ୍ଠେଇ ଦେଇ ଥିବାବେଳେ ଗ୍ରାମବାସୀ ଏ ଭିଡିଓ ଉତ୍ତୋଳନ କରି  ବିଭାଗୀୟ ଅଧିକାରୀ ଙ୍କୁ ଅବଗତ ନିମନ୍ତେ ପଠାଇଥିଲେ। ଏଥି ସହିତ ସରକାରୀ,ବେସରକାରୀ ସ୍ତରର ଛାତ୍ରଛାତ୍ରୀ ମାନଙ୍କ ପିତା ମାତାଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସତର୍କ ରହିବାକୁ ଭିଡିଓ ଦ୍ଵାରା ବାର୍ତ୍ତା ଦେଇ  ଏଭଳି ଘଟଣା ଘଟାଉ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।

{"id":194147,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.