ନିର୍ଦ୍ଦୟ ବାପା : ପଡୋଶୀ ସହ ଝଗଡା ଯୋଗୁଁ ଝିଅକୁ ପିଟିପିଟି କଲା ଲହୁଲୁହାଣ

Published By : Prameya-News7 Bureau | January 30, 2020 IST

ଉଦଳା ୩୦।୧: ମୟୁରଭଞ୍ଜ ଜିଲ୍ଲା ଉଦଳା ପାଟ୍ଟଶାଣୀପୁର ପଞ୍ଚାୟତ ଖଲାଡ଼ି ଗାଁରେ ଅଭାବନୀୟ ଘଟଣା । ନିଶାସକ୍ତ ବାପା ଘଟାଇଛି ଅମାନବୀୟ କାଣ୍ଡ । ୮ ବର୍ଷର ଝିଅକୁ ବାଡିରେ ପିଟି ପିଟି ଲହୁଲୁହାଣ କରିଛି ନିର୍ଦ୍ଦୟ ବାପା ।

{"id":217661,"sizeSlug":"large"}

ଝିଅର ମୁଣ୍ଡ ଓ ମୁହଁରେ ନିର୍ଦ୍ଦୟ ଭାବରେ ମାଡ ମାରିବା ସହ ଛାତିରେ ଠିଆ ହୋଇଯାଇଥିଲା । ମଦ୍ୟପ ବାପାର ହାତ ଗୋଡ ବାନ୍ଧି ଗାଁ ଲୋକ ମିଶି ରାସ୍ତାରେ ପକାଇ ପୋଲିସକୁ ଖବର ଦେଇଥିଲେ । ବାପା ରମେଶ ମୁର୍ମୁକୁ ପୋଲିସ ହେପାଜତକୁ ନେଇଛି ।

{"id":217662,"sizeSlug":"large"}

ସେପଟେ ଗୁରୁତର ଅବସ୍ଥାରେ ଝିଅକୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପଡୋଶୀଙ୍କ ସହ ଝଗଡା ପରେ ଉତ୍ତ୍ୟକ୍ତ ହୋଇ ଝିଅକୁ ମାଡ ମାରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.