Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମେଡିକାଲ୍‌ ପରିସରରେ ଡାକ୍ତରଙ୍କ ଆତଙ୍କରାଜ୍‌, ସିକ୍ୟୁରିଟି ଗାର୍ଡ ଏବଂ ପୋଲିସ କର୍ମଚାରୀଙ୍କୁ ଲୁହା ରଡ୍‌ରେ ପିଟିଲେ

8/11/2021 at 10:41 PM

ପୁରୀ ୦୮/୧୧: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ । ଗାଡି ପାର୍କିଂକୁ ନେଇ ଜଣେ ଡାକ୍ତର ମେଡିକାଲରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଓ ପୋଲିସକୁ ଲୁହା ରଡରେ ଆକ୍ରମଣ କରିଛନ୍ତି । ମଦ୍ୟପାନ କରି ଡାକ୍ତର ଜଣକ ଏଭଳି କାଣ୍ଡ ଭିଆଇଥିବା ବେଳେ ମେଡିକାଲରେ କିଛି ସମୟ ଧରି ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ମେଡିକାଲ ଭିତରକୁ ସମସ୍ତ ଯାନ ପ୍ରବେଶ ଉପରେ କଟକଣା ଥିବାବେଳେ ହସପିଟାଲ ବାହାରେ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କିନ୍ତୁ ଏହି ଡାକ୍ତର ଜଣକ ମେଡିକାଲ ଭିତରକୁ ତାଙ୍କ ସ୍କୁଟର ଆଣିଥିବା ବେଳେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଏହାକୁ ବାରଣ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଯୁକ୍ତିତର୍କ ହୋଇଥିଲା। ଏନେଇ ଡାକ୍ତରଙ୍କ ହାତରୁ ଲୁହା ରଡ ଛଡାଇ ଆଣିବାକୁ ଜଣେ ପୋଲିସ କର୍ମଚାରୀ ଉଦ୍ୟମ କରୁଥିବା ବେଳେ ଡ଼ାକ୍ତର ଜଣକ  ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଡାକ୍ତରଙ୍କୁ କାବୁ କରିବା ସହ ତାଙ୍କ ହାତରୁ ଲୁହା ରଡ ଛଡାଇ ଆଣିଥିଲେ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ​​‌ହେଉଥିବା ବେଳେ ଡ଼ାକ୍ତରଙ୍କ ପରିଚୟ ମିଳିପାରିନାହିଁ । ତେବେ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୋସିଆଲ ମିଡ଼ିଆରେ ଦାବି ଜୋର ଧରିଛି। 

   Related Posts