ରକ୍ତମୁଖା ସାଜିଲା ସମ୍ପର୍କୀୟ ନାତି; ନିଶାସକ୍ତ ଅବସ୍ଥାରେ ଗୋଟିଏ ପରିବାରର ୩ଜଣଙ୍କୁ କୋଦାଳରେ ହାଣି ହତ୍ୟା

Published By : Prameya-News7 Bureau | November 18, 2018 IST

କେନ୍ଦ୍ରାପଡା ୧୮/୧୧ : ରକ୍ତମୁଖା ସାଜିଲା ସମ୍ପର୍କୀୟ ନାତି। ନିଶାଶକ୍ତ ଅବସ୍ଥାରେ ହିତାହିତ ଜ୍ଞାନ ହରାଇ ବସିଲା। ଗୋଡେଇ ଗୋଡେଇ କୋଦାଳରେ ଆକ୍ରମଣ କଲା । ଟଳି ପଡିଲେ ଗୋଟିଏ ପରିବାରର ତିନି ଜଣ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗଁ।ରେ ଅଭାବନୀୟ । ଶନିବାର ବିଳମ୍ବିତ ରାତିର ଘଟଣା । ଗଁ।ର ଦୁଇ ପରିବାର ଉପରେ ମାଡି ଆସିଥିଲା ବିପଦ । ରାତିରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲେ ମଧୁସୂଦନପୁର ଗଁ।ର ଧୃବ ଦାସଙ୍କ ପୁଅ ଅମର ବିକ୍ରମ ଦାସ। ପତ୍ନୀଙ୍କୁ ମାରଧର କରିଥିଲେ। ଅମର ବିକ୍ରମଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ବାପା ଅକ୍ଷୟ ଓ ମା କେତକୀ। ଏଥିରେ ଉତକ୍ଷିପ୍ତ ହୋଇ  ବାପା, ମା ଓ ପତ୍ନୀଙ୍କୁ ଆକ୍ରମଣ କରି ଲହୁଲହୁହାଣ କରି ପକାଇଥିଲେ। ଜୀବନ ବଞ୍ଚାଇ କୌଣସି ମତେ ଖସି ଆସିଲେ ଏହି ତିନିଜଣ। ଏତିକିବେଳେ  ନିଶାଶକ୍ତ ଅମରଙ୍କ ହାବୁଡରେ ପଡି ଯାଇଥିଲେ ପଡୋଶୀ ଧୃବ ଦାସ, ତାଙ୍କ ପତ୍ନୀ ସରସ୍ବତୀ ଓ ତାଙ୍କ ବିବାହିତା ଝିଅ ପ୍ରତିମା। ଏହି ତିନି ଜଣଙ୍କୁ କୋଦାଳରେ ଆକ୍ରମଣ କରିଥିଲେ ଅମର ।   ଘଟଣାସ୍ଥଳରେ ଟଳି ପଡିଥିଲେ ଧୃବ ଏବଂ ତାଙ୍କ ପତ୍ନୀ ସରସ୍ବତୀ।  ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହେବା ସମୟରେ ଆଖି ବୁଜିଥିଲେ ସରସ୍ବତୀ।  ହତ୍ୟାକାଣ୍ଡକୁ ନେଇ ଉଠିଛି ନାନା ପ୍ରଶ୍ନ। ଏହା କଣ ଯୋଜନାବଦ୍ଧ ହତ୍ୟାକାଣ୍ଡ । ହତ୍ୟାକାଣ୍ଡ ପଛରେ ଆଉ କିଛି କାରଣ ଅଛି କି । ଅଭିଯୁକ୍ତ ଅମର ବିକ୍ରମର ସାନ ଭାଇକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ମୃତ ପଡୋଶୀ ଧୃବ ଏବଂ ସରସ୍ବତୀ। ସମ୍ପତି ଅଥବା ଜମିବାଡି ଲୋଭରେ ଏପରି କାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ, ଗତ ରାତିରେ ଟାଙ୍କେ ପିଇ ଦେଇ ପ୍ରଥମେ ସ୍ତ୍ରୀ ସହ ଝଗଡ଼ା କଲା ଅମର । ମାରଧର୍ କରିବାକୁ ଯାଉଥିବା ବେଳେ ବାପା, ମାଆ ତାକୁ ଅଟକାଇଲେ । ସେମାନଙ୍କୁ ମଧ୍ୟ କୋଦାଳ ବେଣ୍ଟରେ ମାରଧର୍ କଲା । ଦୁର୍ବୃତ୍ତ ହିତାହିତ ଜ୍ଞାନ ଭୁଲି ଯାଇଥିବା ଦେଖି ଭୟରେ ଖସିଯାଇ, ଲୁଚି ଯାଇଥିଲେ ତା ସ୍ତ୍ରୀ । ପଡ଼ୋଶୀ ଧୃବ ଦାସଙ୍କ ଘରେ ତା ସ୍ତ୍ରୀ ଲୁଚିଥିବା ସନ୍ଦେହ କରି ତାଙ୍କ ଘରେ ଜୋର ଜବରଦସ୍ତ ପଶିଥିଲା ଅମର । କୋଦାଳ ବେଣ୍ଟରେ ଧୃବ, ତାଙ୍କ ସ୍ତ୍ରୀ ସରସ୍ବତୀ ଏବଂ ଝିଅ ପ୍ରତିମାଙ୍କୁ କରିଥିଲା ଆକ୍ରମଣ । ଘଟଣାସ୍ଥଳରେ ଧୃବ ଏବଂ ସରସ୍ବତୀଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ ନେବା ବାଟରେ ଆଖି ବୁଜିଛନ୍ତି ପ୍ରତିମା । କୋଦାଳ ବେଣ୍ଟରେ ମାଡ଼ମାରି ଅମର, ତା ମାଆଙ୍କର ହାତ ଭାଙ୍ଗି ଦେଇଛି । ବାପା ଅକ୍ଷୟ ଦାସଙ୍କ ବେକରେ ମଧ୍ୟ ଆଘାତ ଲାଗିଛି । କାହିଁକି ଅମର ଏମିତି ରକ୍ତମୁଖା ହେଲା, ତାର କାରଣ ଜଣାପଡ଼ିନି । ତେବେ ପାଟକୁରା ପୋଲିସ୍ ତାକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.