ମଦ ନିଶାରେ ୮୬ ବର୍ଷ ବୟସ୍କା ମା' ସହ ଦୁଷ୍କର୍ମ କଲା ସଇତାନ ପୁଅ

Published By : Prameya-News7 Bureau | February 13, 2019 IST

କୃଷ୍ଣା ୧୩/୨ : ଆନ୍ଧ୍ର ପ୍ରଦେଶର କୃଷ୍ନା ଜିଲ୍ଲାରୁ ଆସିଛି ଏକ ନିହାତି ଲଜ୍ଜାଜନକ ଖବର | ଏକ ସୈତାନ ପୁଅ ନିଶାସକ୍ତ ଅବସ୍ଥାରେ ନିଜର ୮୬ ବର୍ଷ ବୟସ୍କା ମା' ସହ ଦୁଷ୍କର୍ମ କରିଛି | ଘଟଣା ଅକୁନୁରୁ ଗାଁର | ଅଭିଯୁକ୍ତ ଜଣେ ଟ୍ରକ ଡ୍ରାଇଭର | ଅଭିଯୁକ୍ତ ପୁଅର ବୟସ ୪୮ ବର୍ଷ | ଘଟଣା ଦିନ କାମରୁ ଫେରିବାବେଳେ ଅଭିଯୁକ୍ତ ଅତ୍ୟଧିକ ମଦ୍ୟପାନ କରିଥିଲା | ଘରେ ଆଉ କେହି ନଥିଲେ | ରୋଗୀଣା ମା' ଶେଜରେ ଶୋଇଥିଲେ | ଅଭିଯୁକ୍ତ ପୁଅ ନିଶାସକ୍ତ ଅବସ୍ଥାରେ ଆସି ମା'ସହ ଦୁଷ୍କର୍ମ କରିଥିଲା | ପୀଡିତା ଶାରୀରିକ ଭାବେ ଦୁର୍ବଳ ଥିବାରୁ ବିରୋଧ କରିପାରିନଥିଲେ ଏବଂ ଶେଜରେ ହିଁ ପଡିରହିଥିଲେ |


ମହିଳା କଷ୍ଟରେ ଚିତ୍କାର କରିଥିଲେ | ମହିଳାଙ୍କ ପାଟି ଶୁଣି ପଡୋଶୀ ମହିଳାଙ୍କ ଘରକୁ ଆସିଥିଲେ | ମହିଳାଙ୍କୁ ପଚରାଇବାରୁ ସେ ସମସ୍ତ ଘଟଣା ପଡୋଶୀଙ୍କୁ କହିଥିଲେ | ଏହାପରେ ଜଣେ ସାମାଜିକ କର୍ମୀଙ୍କ ସହାୟତାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରାଯାଇଥିଲା | ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି |


ସୂଚନାଯୋଗ୍ୟ ଯେ, ଘଟଣାରେ ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ମା' ସହ ଝଗଡା କରିଥିଲା | ମା' ସହ ଝଗଡା ହେବାପରେ ଅଭିଯୁକ୍ତ ଓଡିଶା ଚାଲିଯାଇଥିଲା | ସେଠାରୁ ଫେରିବା ପରେ ମଦ ପିଇ ରାତିରେ ଘରକୁ ଆସିଥିଲା | ଅଭିଯୁକ୍ତ ବିବାହିତ ଏବଂ ତାର ଦୁଇଟି ସନ୍ତାନ ଅଛନ୍ତି | ଘଟଣା ଦିନ ଘରେ କେହି ନଥିଲେ | ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିଛି | ମହିଳାଙ୍କ ଡକ୍ଟରାଇ ମଇନା ମଧ୍ୟ କରାଯାଇଥିଲା | ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଥିଲା | ପୋଲିସ ଅଭିଯୁକ୍ତକୁ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.