ପୁଅ ସାଜିଲା ପିତୃହନ୍ତା ; ବାପାକୁ ପିଟି ପିଟି ମାରିଦେଲା ମାତାଲ ପୁଅ

Published By : Prameya-News7 Bureau | August 22, 2018 IST

ପୁଅ ସାଜିଲା ପିତୃହନ୍ତା | ଘଟଗାଁ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଗୋହିଟାଙ୍ଗିରି ଗାଁରେ ଘଟିଛି ଅଭାବନୀୟ ଘଟଣା | ବାପାକୁ ପିଟି ପିଟି ମାରିଦେଇଛି ମାତାଲ ପୁଅ | ମୃତକ ହେଉଛନ୍ତି ଗୋହିଟାଙ୍ଗିରି ଗାଁର ରବି ନାୟକ | ତାଙ୍କ ପୁଅ ରସାନନ୍ଦ ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି | ଗତକାଲି ରାତିରେ ସାମାନ୍ୟ କଥାରେ ଉତକ୍ଷିପ୍ତ ହୋଇ ରସାନନ୍ଦ ବାପାକୁ ହତ୍ୟା କରିଛି | ଗତକାଲି ରସାନନ୍ଦ ଅତ୍ୟଧିକ ମଦ୍ୟପାନ କରି ମାତାଲ ଅବସ୍ଥାରେ ଘରକୁ ଆସିଥିଲା | ହଠାତ ବାପା ସହ ଝଗଡା ହେବାରୁ ଉତକ୍ଷିପ୍ତ ହୋଇ ବାପାକୁ ପିଟିଥିଲା | ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଅଧିକ ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.