ନିଶାରେ ଟଳମଳ ହେଇ ସ୍କୁଲରେ ପହଁଚିଲେ ଶିକ୍ଷକ : ଭିଡିଓ ଭାଇରାଲ ହେବାପରେ ଗିରଫ

Published By : Prameya-News7 Bureau | July 05, 2019 IST

ଗୟା ୫/୭ : ଶିକ୍ଷକ ସମାଜର ମେରୁଦଣ୍ଡ ସଦୃଶ୍ୟ । ଶିକ୍ଷକଙ୍କ କାମ ପିଲାଙ୍କୁ ପାଠ ପଢ଼ାଇବା, ଭଲ ଶିକ୍ଷା ଦେବା । ଥରେ ଭାବିଲେ ଯଦି ସେହି ଶିକ୍ଷକ ମଦ ପିଇ ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଯାଏ ତାହେଲେ ପିଲାଙ୍କ ଉପରେ ତାରା କଣ ପ୍ରଭାବ ପଡିବ । ଏହିଭଳି ଏକ ଘଟଣା ଘଟିଛି ବିହାରରେ । ବିହାରର ଗୟା ଥରେ ଜଣେ ଶିକ୍ଷକ ମଦ ନିଶାରେ ଟଳମଳ ହୋଇ ସ୍କୁଲରେ ପହଂଚିଥିଲେ । ପିଲାମାନେ ନିଜ ପାଠ ପଢା ଛାଡି ଶିକ୍ଷକଙ୍କ ନିଶା ଉତାରିବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

{"id":130738}

ବିହାରରେ ଅନେକ ବର୍ଷ ହେଲା ମଦ ବନ୍ଦ ନିୟମ ଲାଗୁ ହୋଇଛି । ହେଲେ ତାହା କେତେ କାର୍ଯ୍ୟକାରୀ ହୋଇଛି ତାହା ଏହି ଶିକ୍ଷକଙ୍କୁ ଦେଖିଲେ ଜଣାପଡୁଛି । କିନ୍ତୁ ଇମାମଗଂଜ ଅଂଚଳର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏହା ଜାଣିନାହାନ୍ତି । ଶିକ୍ଷକ ରାମାବୃକ୍ଷ ପ୍ରସାଦ ମଦ ନିଶାରେ ସ୍କୁଲରେ ପହଁଚିଲେ ଏବଂ ପିଲାଙ୍କୁ ପଢ଼ାଇବା ବଦଳରେ ସେଠାରେ ଶୋଇପଡିଲେ । ମଦୁଆ ଶିକ୍ଷକର ଭିଡିଓ ଭାଇରାଲ ହେବାପରେ ପୋଲିସ ତାଙ୍କୁ ଗିରଫ କରିଛି ।

{"id":130741}

ଏହି ଘଟଣା ପରେ ଜିଲ୍ଲା ଶିକ୍ଷା ପଦାଧିକାରୀ ମୁସ୍ତାଫା ହୁସେନ ଅନସାରୀ କହିଛନ୍ତି ଯେ, ଶିକ୍ଷକଙ୍କ ଯେଉଁ ଭିଡିଓ ଭାଇରାଲ ହୋଇଛି ତାହା ସମ୍ପୂର୍ଣ ସତ୍ୟ । ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

{"id":130740}

ସୂଚନାଯୋଗ୍ୟ ଯେ, ୨୦୧୬ ଏପ୍ରିଲ ୫ ତାରିଖରେ ବିହାରରେ ସମ୍ପୂର୍ଣ ମଦ ବନ୍ଦ ନିୟମ ଲାଗୁ କରାଯାଇଥିଲା । କିନ୍ତୁ ଗତ ୪ ବର୍ଷ ମଧ୍ୟରେ ମଦ ପିଉଥିବା ଏବଂ ଚାଲାଣ ଅଭିଯୋଗରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି । ବିହାର ନେପାଳ, ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ସୀମାରେ ଥିବା ଯୋଗୁଁ ଏଠାରେ ଅଧିକାଂଶ ସମୟରେ ମଦ ଚାଲାଣ ହୋଇଥାଏ । ଏଠି ମାମଲାରେ ପୋଲିସ ଓ ପ୍ରଶାସନ ମଧ୍ୟ ଜଡିତ ଥିବା ଅନେକଥର ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.