ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ବୀଭତ୍ସ ହତ୍ୟା, ଟଙ୍କା ନଦେବାରୁ ଘରେ ପଶି ହାଣିଲା ମାତାଲ୍‌ ଯୁବକ

Published By : Prameya-News7 Bureau | June 27, 2021 IST

ଝାରସୁଗୁଡା ୨୭/ ୦୬ : ମାତାଲ ଯୁବକର ଉନ୍ନତ୍ତ କାଣ୍ଡ । ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଧୃବରାଜ ନାୟକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଜଣେ ଯୁବକ ମଦ ପିଇ ପୂର୍ବତନ କୁଳପତି ଧୃବରାଜ ନାୟକଙ୍କ ଘରେ ପଶିଥିଲା । ମାତାଲ ଅବସ୍ଥାରେ ଧୃବରାଜଙ୍କୁ ଟଙ୍କା ମାଗିଥିଲା ଅଭିଯୁକ୍ତ । ତେବେ ସେ ଟଙ୍କା ନଦେଇ ପୋଲିସକୁ ଫୋନ କରି ଖବର ଦେବାକୁ ଏଥିରେ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡପ​‌ରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.