Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମଦ ପିଇ ଆସିଥିଲା ସ୍ୱାମୀ, ସ୍ତ୍ରୀ ବିରୋଧ କରିବାରୁ କାଠ ଫାଳିଆରେ ପିଟି ପିଟି ମାରିଦେଲା

22/05/2021 at 9:08 PM

ଢେଙ୍କାନାଳ,୨୨/୦୫: ମଦ୍ୟପ ସ୍ୱାମୀ ଘଟାଇଛି ନୃଶଂସ କାଣ୍ଡ । ଏପରିକି ସାମାନ୍ୟ ବିବାଦକୁ ନେଇ ଏକ କାଠ ପଟ୍ଟାରେ ପତ୍ନୀକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଙ୍ଗୁରା ବଡ଼ଭୁଇଁ ସାହିରେ l ମୃତା ମହିଳା ଜଣଙ୍କ ବଡଭୁଇଁ ସାହିର ବର୍ଷା ନାଏକ ହୋଇଥିବା ଜଣା ପଡିଛି l

ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ବର୍ଷାଙ୍କ ସ୍ବାମୀ ବିକ୍ରମ ନାଏକ ମଦ ପିଇ ଘରକୁ ଫେରିବାପରେ ବର୍ଷାଙ୍କ ସହିତ ସାମାନ୍ୟ ବଚସା ହୋଇଥିଲା l ପରେ ବଚସା ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିକ୍ରମ ଘରେ ଥିବା ଏକ କାଠପଟ୍ଟାରେ ପତ୍ନୀ ବର୍ଷାକୁ ଅତି ନୃଶଂସ ଭାବେ ପିଟି ଚାଲିଥିଲା । ଫଳରେ ବର୍ଷାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

ବର୍ଷାଙ୍କ ଚିତ୍କାର ଶୁଣି ପୋଡ଼ାଶୀ ଲୋକ ପୁଲିସକୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀ ବିକ୍ରମକୁ କାବୁକରି ଗିରଫ କରିଛି । ସେପଟେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ କାମାକ୍ଷାନଗର ପୋଲିସ ଅଧିକ ତଦନ୍ତ ଚଳାଇଛି।

   Related Posts