Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ରାସ୍ତାରେ କାର ରଖି ପରିସ୍ରା କରିବା ପଡିଲା ମହଙ୍ଗା : ବିଏମଡବ୍ଲୁ ଧରି ଫେରାର ହୋଇଗଲା ଲୁଟେରା

16/03/2020 at 3:47 PM

ନୋଏଡା ୧୬/୦୩ : ରାସ୍ତାରେ କାର ରଖି ପରିସ୍ରା କରୁଥିବା ସମୟରେ କାର ନେଇ ଫେରାର ହୋଇଯାଇଥିଲା ଲୁଟେରା | ଘଟଣା ଘଟିଛି ନୋଏଡା ସେକ୍ଟର-୯୦ ଅଞ୍ଚଳରେ | ଗତ ଶନିବାର ରାତିରେ ଋଷଭ ଅରୋରା ନାମକ ଜଣେ ଯୁବକ ରାତିରେ ପାର୍ଟି ସାରି ଘରକୁ ଫେରୁଥିଲେ | ଋଷଭ ପାର୍ଟିରେ ମଦ ମଧ୍ୟ ପିଇଥିଲେ |

କାରଟି ଋଷଭଙ୍କ ଭିଣୋଇଙ୍କର | ତେବେ କାରର ୪୦ ଲକ୍ଷ ଲୋନ ଏପର୍ଯ୍ୟନ୍ତ ବାକି ଅଛି | କାର ଚୋରି ହେବା ପରେ ଋଷଭ ଏନେଇ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ମାମଲା ରୁଜ୍ଜୁ ପରେ ପୋଲିସ ଅଧିକାରୀ ଚୋରି ହୋଇଥିବା ସ୍ଥାନକୁ ଯାଇ ତଦନ୍ତ କରିଥିଲେ |

ପୋଲିସ ସୂଚନା ଅନୁଯାୟୀ, ପାର୍ଟିରୁ ଫେରୁଥିବା ସମୟରେ ଋଷଭ ରାସ୍ତା ମଝିରେ କାର ଅଟକାଇ ପରିସ୍ରା କରିବାକୁ ବାହାରିଥିଲେ | ଠିକ ଏତିକିବେଳେ କିଛି ଲୁଟେରା ଆସି ତାଙ୍କ କାର ନେଇ ସେଠାରୁ ଫେରାର ହୋଇଯାଇଥିଲେ | ପୋଲିସ କହିବାନୁଯାୟୀ, ଏସବୁ ଋଷଭଙ୍କ କୌଣସି ଚିହ୍ନ ଲୋକଙ୍କ କାମ | ତେବେ ପୋଲିସ ଅଜଣା ବ୍ୟକ୍ତି ନାଁରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ କାରକୁ ଖୁବ ଶୀଘ୍ର ଫେରାଇ ଆଣିବାକୁ ଚେଷ୍ଟା କରୁଛି |

ତେବେ ଏଠାରେ ପ୍ରଶ୍ନ ଉଠିଛି ଋଷଭ ମଦ ପିଇ ଗାଡି ଚଳାଉଥିବା ଯୋଗୁଁ ତାଙ୍କ ଉପରେ କିଛି ଫାଇନ ପଡିବ କି ? ଏନେଇ ଡିସିପି କହିଛନ୍ତି ବର୍ତ୍ତମାନ କାର ଫେରିଆ ଆଣିବା ଓ ଅଭିଯୁକ୍ତକୁ ଗିରଫ କରିବା ସବୁଠାରୁ ବଡ କାମ | ସହରରୁ ଏହିଭଳି ଭାବେ ଜଣଙ୍କ କାର ଚୋରି ହୋଇଯିବ ଏକ ସାମାନ୍ୟ ଘଟଣା ନୁହେଁ ବୋଲି ସେ କହିଛନ୍ତି |

ତେବେ ନିଜ ଏଫଆଇଆରରେ ଋଷଭ କହିଛନ୍ତି ଯେ, ଲୁଟେରା ଏକ ବାଇକରେ ଆସିଥିଲା ଏବଂ ତା ପାଖରେ ଏକ ବନ୍ଧୁକ ମଧ୍ୟ ଥିଲା | ତେବେ ଯେହେତୁ ଋଷଭ ମଦ ପିଇଥିଲେ ତାଙ୍କର ଏହି କଥା ଉପରେ ଏବେ ପୋଲିସ ପ୍ରତିକ୍ରିୟା ରଖିନାହିଁ | ଅଭିଯୁକ୍ତ ଗିରଫ ହେବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଡିସିପି କହିଛନ୍ତି |

ପୋଲିସ ସୂତ୍ର ଅନୁଯାୟୀ, ଗତ ସପ୍ତାହେ ହେଲା ଋଷଭ ନିଜ ଭିଣୋଇଙ୍କ ବିଏମଡବ୍ଲୁ କାର ବ୍ୟବହାର କରୁଥିଲେ |

   Related Posts