ରାଜଧାନୀ ରାସ୍ତାରେ ମାତାଲ ଯୁବତୀଙ୍କ କାର୍‌ନାମା, ଷ୍ଟାଇଲ ଦେଖି-ଚିତ୍କାର ଶୁଣି ଲାଗିଗଲା ଭିଡ, ଚାଲାଣ କାଟି ଛାଡିଦେଲା ପୋଲିସ : ଭିଡିଓ ଭାଇରାଲ

Published By : Prameya-News7 Bureau | October 01, 2021 IST

ଭୁବନେଶ୍ବର ୦୧/୧୦ : ସ୍ମାର୍ଟ ସିଟି ଭୁବନେଶ୍ବରେ ମଦ୍ୟପ ଯୁବତୀଙ୍କ ହାଇ ଡ୍ରାମା । ଗୋଟିଏ ହାତରେ ମଦ ବୋତଲ ଆଉ ଗୋଟେ ହାତରେ ସିଗାରେଟ୍‌ । ଅଟୋ ଭିତରେ ବସି ବିୟର ବୋତଲ ଧରି ଢକ୍‌ ଢକ୍‌ କରି ପିଉଥିବା ବେଳେ ଅନ୍ୟହାତରେ ସିଗାରେଟ୍‌ ଧରି ଉଡାଉଛନ୍ତି ଧୂଆଁ । ହାଇଫାଇ ପରିବାରର ଜଣାପଡୁଛନ୍ତି ଯୁବତୀ କିନ୍ତୁ ଅଟୋରେ ବସି ବିୟର ପିଇ ଲୋକଙ୍କୁ ଜାଛାତା କଥା କହୁଛନ୍ତି । ଟାଙ୍କେ ମଦ ପିଇ ମାତାଲ ହୋଇ ରୋଡ୍‌ ଉପରେ ଚଳାଇଛନ୍ତି ହାଇଡ୍ରାମା । ଦେଖଣାହାରି ମଧ୍ୟ ଟିକେ ଅଟକି ଯାଇ ଦେଖୁଛନ୍ତି ମଦ୍ୟପ ଯୁବତୀଙ୍କ ଉନ୍ମୁତ୍ତ କାଣ୍ଡ ।

ଭୁବନେଶ୍ବର ଖଣ୍ଡଗିରି ନିକଟରେ ଥିବା​‌ ଏକ ଜନଗହଳି ପୂର୍ଣ୍ଣ ରୋଡ୍‌ରେ ଆଜି ଦେଖିବାକୁ ମିଳିଥିଲା ଏଭଳି ଜଣେ ମାତାଲ୍ ଯୁବତୀଙ୍କ ନାରକୀୟ କାଣ୍ଡ । ଅଟୋ ଭିତରେ ବସି ସିଗାରେଟ୍‌ ସାଙ୍ଗକୁ ବିୟର ବୋତଲ ଟେକୁଥିଲେ । ଭିଡ ଜମିବାରୁ ପୋଲିସ ମଧ୍ୟ ପହଞ୍ଚିଥିଲା । ପଚରାଉଚରା ବେଳେ ପୋଲିସକୁ ମଧ୍ୟ ହାରକିନ୍‌ ଦେଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ପୋଲିସ ତାଙ୍କୁ ପଚରାଉଚରା କରିବା ସହିତ କେବଳ ଫାଇନ୍‌ କାଟି ଛାଡିଦେଇଥିବା ସୂଚନା ମିଳିଛି । ଏହା ସହିତ ଯୁବତୀ ଜଣକ ନିଜ ନାଁ, ବାପା-ମା’ ଙ୍କ ନାଁ ବି ନିର୍ଭୀକ ଭାବେ କହୁଛନ୍ତି । ସମ୍ଭ୍ରାନ୍ତ ପରିବାରର ଜଣାପଡୁଥିବା ଯୁବତୀ କେନ୍ଦ୍ରାପଡା ଅଞ୍ଚଳର ବୋଲି କହୁଥିବା ବେଳେ ପୋଲିସ ସାମ୍ନାରେ ମଧ୍ୟ ସିଗାରେଟ୍‌ ଧୂଆଁ ଉଡାଉଥିବା​‌ ଭିଡିଓରେ ଦେଖିବାକୁ ମିଳିଛି । ଏହା ଦେଖି ରାସ୍ତାରେ ଯାଉଥିବା ଲୋକଙ୍କ ପ୍ରବଳ ଭିଡ ଜମିଥିଲା ।

wp:embed {"url":"https://www.youtube.com/embed/oV1RsIbkOvg","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/oV1RsIbkOvg
/wp:embed

ବି. ଦ୍ର. : ଧୂମ୍ରପାନ ଏବଂ ମଦ୍ୟପାନ ସ୍ବାସ୍ଥ୍ୟପକ୍ଷେ କ୍ଷତି କାରକ । ଏ ଗୁଡିକ ଠାରୁ ଦୂରରେ ରୁହନ୍ତୁ । କୌଣସି ବ୍ୟକ୍ତି ବିଶେଷଙ୍କ ଆତ୍ମ ସମ୍ମାନକୁ ହାନି ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.