ମଦ୍ୟପ ଯୁବତୀଙ୍କ ଉନ୍ମତ୍ତକାଣ୍ଡ, ଟ୍ରାଫିକ୍‌ କନେଷ୍ଟବଳଙ୍କୁ ଚପଲରେ ପିଟିଲେ

Published By : Prameya-News7 Bureau | November 03, 2021 IST

ବଲାଙ୍ଗିର, ୦୩/୧୧: ମଦ୍ୟପାନ କରି ଥାନାରେ ଉନ୍ମତ୍ତକାଣ୍ଡ ଘଟାଇଲେ  ଯୁବତୀ। ଟ୍ରାଫିକ କନଷ୍ଟେବଲକୁ ମାଡ ମାରିବା ସହିତ ଥାନା ସାମ୍ନାରେ ହଂଗାମା କଲେ । କଚେରୀ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଳ ଅମୀୟ ପଟେଲଙ୍କୁ ହଠାତ ଜଣେ ମଦ୍ୟପ ଯୁବତୀ ଆସି ଆକ୍ରମଣ କରିଥିଲେ । ଯାହା ଇଛା ତାହା କହି ଚପଲରେ ପିଟିଥିଲେ । ତାପରେ ପୋଲିସ ଟିମ ଟାଉନ ଥାନା ସାମ୍ନାକୁ ତାଙ୍କୁ ଆଣିଥିଲେ ।

wp:html https://www.youtube.com/watch?v=E8gsik-SQL0 /wp:html

ଟାଉନ ଥାନା ସାମ୍ନାରେ ଯୁବତୀ ଜଣକ ହଠାତ ଉଲ୍ଲଗ୍ନ ହୋଇ ପୋଲିସକୁ ଗାଲିଗୁଲଜ କରିଥିଲେ । ବହୁ କଷ୍ଟରେ ପୋଲିସ ଟିମ ଯୁବତୀ ଜଣକୁ କାବୁ କରିବା ପରେ ଥାନା ଭିତରେ କିଛି ସମୟ ରଖିଥିଲେ । ତଦନ୍ତରୁ ଯୁବତୀଙ୍କ ନାମ ସାବିତ୍ରୀ ମାଇତି ବୋଲି ଜଣାପଡିଛି । ଯୁବତୀ ଜଣକ ପଶ୍ଚିମବଂଗର ହୋଇଥିବା ବେଳେ, ଦିର୍ଘଦିନ ହେଲା ଭୁବନେଶ୍ୱରରେ ରହୁଥିବା ଅନୁମାନ କରାଯାଉଛି । ଯୁବତୀ ଜଣକ ଭୁବନେଶ୍ୱର ଯିବାକୁ କହୁଥିବାରୁ, ତାଙ୍କୁ ସେଠାକୁ ପଠାଇବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.