ଏଥର ସାବାଡ଼ ହେବେ ମଦୁଆ ଡ୍ରାଇଭର, ଆକ୍ସନ ମୋଡ୍‌ରେ ରାଜ୍ୟ ପରିବହନ ବିଭାଗ

Published By : Prameya-News7 Bureau | January 02, 2020 IST

ଭୁବନେଶ୍ବର୨/୧: ଏଥର ସାବାଡ ବି  ହେବେ ମଦୁଆ ଡ୍ରାଇଭର। ଏଣିକି ମଦ ପିଇ ଗାଡି ଚଳାଇଲେ ଖାଲି ଫାଇନ ନୁହେଁ ଲାଇସେନ୍ସ ରଦ୍ଦ ହେବ ।  ମୋବାଇଲ ଫୋନ୍‌ରେ ଗପି ଗାଡ଼ି ଚଳାଇଲେ, ନାଲିବତୀ ଡେଇଁଲେ, ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ  କିମ୍ବା ଓଭର ଲୋଡିଂ କରି ଗାଡ଼ି ଚଳାଇଲେ ଡ୍ରାଇଭିଙ୍ଗ ଲାଇସେନ୍‌ସ ରଦ୍ଦ ହେବ ।  ଦେଶରେ ଦୁର୍ଘଟଣାରେ ୫ ସ୍ଥାନରେ ଥିବା ଓଡ଼ିଶାରେ ଏହି ହାର ୨୦ ପ୍ରତିଶତକୁ କମାଇବାକୁ ଏବେ ଆକ୍ସନ ମୋଡରେ ରାଜ୍ୟ ପରିବହନ ବିଭାଗ।

{"id":205982,"sizeSlug":"large"}

ଖାଲି ଫାଇନ ନୁହେଁ ସିଧା ଲାଇସେନ୍‌ସ ରଦ୍ଦ କରିଦିଆଯିବ। ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ଲାଗି ଏମିତି କିଛି କଡ଼ା ଆଭିମୁଖ୍ୟ ଗ୍ରହଣ କଲା ପରିବହନ ବିଭାଗ । ଖାଲି ସେତିକି ନୁହେଁ ଗାଡ଼ି ଚଳାଇଲାବେଳେ ମୋବାଇଲ ଫୋନ୍‌ରେ ଗପୁଥିଲେ, ନାଲିବତୀ ଡେଇଁଲେ, ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ  କିମ୍ବା ଓଭର ଲୋଡିଂ କରି ମାଲ ପରିବହନ ବା ଯାତ୍ରୀ ପରିବହନ କଲେ ଡ୍ରାଇଭିଙ୍ଗ ଲାଇସେନ୍‌ସ ରଦ୍ଦ କରାଯିବ । ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟରୁ ଏନେଇ ସମସ୍ତ ଆରଟିଓକୁ ଲେଖାଯାଇଛି ଚିଠି । ସୁପ୍ରମିକୋର୍ଟଙ୍କ ଦ୍ବାରା ସଡ଼କ ସୁରକ୍ଷାକୁ ନେଇ ଗଠିତ କମିଟିର  ନିର୍ଦ୍ଦେଶ ମୁତାବକ ଏବେ ଆଇନ କଡ଼ାକଡ଼ି କରିବାକୁ ରାଜ୍ୟ ପରିବହନ ଓ ପୋଲିସ ବିଭାଗ ଏବେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

{"id":205983,"sizeSlug":"large"}

ଅନ୍ୟପଟେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି ଟ୍ରକ ମାଲିକ ସଂଘ। । ବିନା ଆଲୋଚନାରେ ଏହି ଅାଇନକୁ କାର୍ଯ୍ୟକାରୀ କରିବା ଠିକ ନୁହେଁ । ପ୍ରଥମେ ଏଦିଗରେ ସଚେତନତା ସୃଷ୍ଟି କରିବା ଦରକାର। ମଦ ପିଇ ଗାଡି ଚାଳାଇବା, ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କଲେ ଦଣ୍ଡ ଭାବରେ ଫାଇନ କଲେକସନ କରାଯାଉ । ମାତ୍ର ଡ୍ରାଇଭିଙ୍ଗ ଲାଇସେନ୍‌ସ ହେବ ରଦ୍ଦ କରିବା ଏକ କଠୋର କାର୍ଯ୍ୟାନୁଷ୍ଠାନ । ଏହା ପରିବର୍ତନ ନ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଲିଙ୍ଗରାଜ ମିନି ଟ୍ରକ ମାଲିକ ସଂଘ ପକ୍ଷରୁ ଧମକ ଦିଅାଯାଇଛି ।

{"id":205984,"sizeSlug":"large"}

ଗତ ୨ରୁ ୩ ମାସ ମଧ୍ୟରେ ୮ହଜାରରୁ ଅଧିକ ମଦୁଆ ଡ୍ରାଇଭରଙ୍କୁ ଧରିଛନ୍ତି ପରିବହନ ଓ ପୋଲିସ ବିଭାଗ । ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏଣିକି ଟ୍ରାଫିକ ନିୟମ ଭାଙ୍ଗି ଲାଇସେନ୍‌ସ ରଦ୍ଦ ହେଲେ, ଚାଳକଙ୍କୁ ପୁନର୍ବାର ଲାଇସେନ୍‌ସ ପାଇଁ ଆବେଦନ କରିବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.